ବିଶାଖାପାଟନମ ବିମାନବନ୍ଦରରୁ ଧରା ହେଲେ ଆନ୍ତରାଜ୍ୟ ଗଂଜେଇ ମାଫିଆ ଓ ସହଯୋଗୀ

ରା.ଉଦୟଗିରି: ଅଡବା ପୁଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ମୁଖ୍ୟ ଅଭିଯୁକ୍ତ ତଥା ଗଂଜେଇ ମାଫିଆ ରାଇପଙ୍କା ଗ୍ରାମର ରାଧାକାନ୍ତ ନାୟକ ଓରଫ ଖ୍ରୀଷ୍ଟଦାସ ନାୟକ(୩୯) ଏବଂ ସହଯୋଗୀ ଜୋସେଫ ପାଣି(୨୫)ଙ୍କୁ ଏକ ସ୍ୱତନ୍ତ୍ର ଟିମ୍‌ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଠାରୁ ଗିରଫ କରିଛି । ଏନେଇ ଉଭୟଙ୍କ ବିରୁଦ୍ଧରେ କେଶ ନମ୍ବର ୧୨୪, ଦଫା ୨୦(ଏ)(ଆଇ)ଏନଡିପିଏସ ଲଗାଇ ଗତକାଲି କୋର୍ଟ ଚାଲାଣ କରାଯାଇଛି । ଉଭୟ ଦୀର୍ଘଦିନ ହେଲା ପୁଲିସ ଆଖିରେ ଧୂଳି ଦେଇ ବାହାର ରାଜ୍ୟରେ ଲୁଚିଥିଲେ ।

ଏକ ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଗତକାଲି ସକାଳୁ ବିଶାଖାପାଟନମ ବିମାନବନ୍ଦରରୁ ଅଡବା ପୁଲିସର ଏକ ସ୍ୱତନ୍ତ୍ର ଟିମ ତାକୁ ଗିରଫ କରିବାରେ ସମର୍ଥ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ବିଶେଷ ଧରପଗଡ଼ରେ ଅଡବା ପୁଲିସକୁ ଏହି ସଫଳତା ମିଳିଥିଲା । ଆନ୍ତଃରାଜ୍ୟ ଗଂଜେଇ ମାଫିଆ ରାଧାକାନ୍ତକୁ ଗଜପତି ଜିଲ୍ଲାରେ ୮ଟି ଗଂଜେଇ କେଶ, ବିଷମକଟକରେ ଗୋଟିଏ ମାମଲା ଏବଂ ନୂଆଦିଲ୍ଲୀରେ ଗୋଟିଏ ମାମଲାରେ ଖୋଜା ଚାଲିଥିଲା । ପୂର୍ବରୁ ୨ଟି ମାମଲା(ଗୁଣୁପୁର ଓ ପଦ୍ମପୁର)ରେ ସେ ଧରାପଡ଼ି କୋର୍ଟ ଚାଲାଣ ମଧ୍ୟ ହୋଇଥିଲା ।

ସମ୍ବନ୍ଧିତ ଖବର