ସୂଚନାରୁ ଜଣାପଡ଼ିଛି, ଉକ୍ତ ୨ ବାଲି ମାଫିଆ ସ୍ଥାନୀୟ ଜଣେ ବିଜେଡି ନେତାଙ୍କ ନାମ ନେଇ ହିଞ୍ଜିଳି ତହସିଲଦାରଙ୍କୁ ବିଭିନ୍ନ ସମୟରେ ଧମକ ଚମକ ଦେଇ ବେଆଇନ କାରବାର ଜାରି ରଖିଥିଲେ। ତେବେ ହିଞ୍ଜିଳି ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ନନ୍ଦିକ ରାଜସ୍ବ ନିରୀକ୍ଷକ କୃଷ୍ଣଚନ୍ଦ୍ର ଯାନୀ ଓ ବୁରୁପଡ଼ା ରାଜସ୍ବ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ ୨ ଭାଇଙ୍କ ବେଆଇନ କାରବାର ଉପରେ ଚଢ଼ଉ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।
ତେବେ ଉକ୍ତ ଦୁଇଭାଇ ଉଭୟ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଟ୍ରାକ୍ଟର୍ ମଡ଼ାଇ ମାରି ଦେବାକୁ ଉଦ୍ୟମ କରିଥିଲେ। ଏପରିକି ସେମାନଙ୍କୁ ନୀଚ ଜାତିର କହି ଗାଳିଗୁଲଜ କରିଥିଲେ। ପରେ ଘଟଣା ସଂପର୍କରେ ଉଭୟ ଅଧିକାରୀ ହିଞ୍ଜିଳି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପରେ ହିଞ୍ଜିଳି ତହସିଲଦାରଙ୍କ ସୁପାରିଶରେ ପୁରୁଷୋତ୍ତମପୁର ଥାନାରେ ମାମଲା ରୁଜୁ ହୋଇଥିଲା। ପୁରୁଷୋତ୍ତମପୁର ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ଘଟଣାର ତଦନ୍ତ କରି ୨ ଜଣଙ୍କୁ ଗିରଫ କରି ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟକୁ ଚାଲାଣ କରିଛନ୍ତି। ଉଭୟଙ୍କ ବାପାଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।