ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଦୀନବନ୍ଧୁ ମହାନନ୍ଦଙ୍କୁ ପ୍ରାଣାନ୍ତକ ଆକ୍ରମଣ ଓ ଏହି ସମୟରେ ଉତ୍ସାହିତ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ଜୁଲାଇ ୧୨ ତାରିଖ ଦିନ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦୀନବନ୍ଧୁ ମହାନନ୍ଦ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରୁ ନିଜ ଦାୟିତ୍ବ ସାରି ଖଡ଼ିଆଳ ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିଲେ।
ଏହି ସମୟରେ ଖଡ଼ିଆଳ ବ୍ଲକ୍ ଛକଠାରେ ପୂର୍ବରୁ ଜଗିଥିବା ବାରେଶବାହାଲି ଗ୍ରାମର ଜୁଧେସ ମୁଙ୍ଗରୀ (୩୫) ଶ୍ରୀ ମହାନନ୍ଦଙ୍କୁ ମାଡ଼ ମାରିବା ସହ ଏକ ଧାରୁଆ ଅସ୍ତ୍ରରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଶ୍ରୀ ମହାନନ୍ଦଙ୍କୁ ମାଡ଼ ମାରୁଥିବା ସମୟରେ ଅନ୍ୟ ଜଣେ ଯୁବକ ପ୍ରବୀଣ ପଟେଲ (୩୦) ମାଡ଼ ମାରିବାକୁ ଉତ୍ସାହିତ କରିବା ସହ ଭିଡିଓ ଭାଇରାଲ କରିଥିଲା। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/24-10.jpg)