ପବନ ଭାଙ୍ଗିଲା ଦୁର୍ଗାପୂଜା ଲାଇଟ୍‌: ୨ ଜଣ ଆହତ, ଚାପି ହୋଇଗଲା ୨ଟି ଅଟୋ

ଭୁବନେଶ୍ବର: ଆଜି ଭୋର ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ସହ ପବନ ବହିଛି। ଯାଜପୁର ଜିଲ୍ଲା ବ୍ଯାସ ନଗର ରାଇସ୍ ମିଲ ଦୁର୍ଗାପୂଜା ଗେଟ୍ ଓ ନହକା ପାତ୍ର ବଜାର ଦୁର୍ଗା ମଣ୍ଡପ ଗେଟ୍ ଭାଙ୍ଗି ପଡି ଦୁଇ ଅଟୋ ଚାପି ହୋଇଯାଇଥିବା ବେଳେ ଜଣେ ଅଟୋ ଡ୍ରାଇଭର ହାତ ଭାଙ୍ଗି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ସେହିପରି କଟକ ଜିଲ୍ଲା ଆଠଗଡ଼-ନରସିଂହପୁର ରାସ୍ତାର ରଘୁନାଥ ବଜାରରେ ପ୍ରବଳ ବର୍ଷା ଓ ପବନରେ ଏକ ପୂଜା ଗେଟ୍‌ ଭାଙ୍ଗିଛି। ପୂଜା ଗେଟ୍ ଭାଙ୍ଗିବାରୁ ଜଣେ ଆହତ ହୋଇଥିବା ସୂଚନା ମିଳିଛି।

ବର୍ଷା କାରଣରୁ ଶ୍ରଦ୍ଧାଳୁମାନେ ନବମୀରେ ମଣ୍ଡପକୁ ଯିବା ପାଇଁ ଚାହୁଁଥିଲେ ମଧ୍ୟ ଯାଇ ପାରି ନାହିଁ। ଫଳରେ ଦୁର୍ଗାପୂଜା ମଣ୍ଡପଗୁଡ଼ିକ ଫିକା ପଡ଼ିଛି। ଅଷ୍ଟମୀ ତିଥିରେ ସୋମବାର ବିଭିନ୍ନ ମଣ୍ଡପରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ନବମୀରେ ଆହୁରି ଭିଡ଼ ହେବା ଆଶଙ୍କା କରାଯାଉଥିଲା। କିନ୍ତୁ ବର୍ଷା ଯୋଗୁଁ ସବୁ ଫିକା ପଡ଼ିଯାଇଥିଲା।

ଘଟଗାଁ ବଜାରରେ ବର୍ଷାରେ ଲାଇଟ ଗେଟ ଭାଙ୍ଗି ମୁଖ୍ଯରାସ୍ତାରେ ଲୋଟିଲା। ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ଉଭୟ ପାର୍ଶ୍ୱରେ ଗାଡ଼ି ଠିଆ ହୋଇଛି। ଦୁର୍ଗାପୂଜା ପାଇଁ ମା ତାରିଣୀ ମନ୍ଦିର ତରଫରୁ ଏହା ଲାଇଟ ଗେଟ କରାଯାଇଥଲା। ବାଏପାସ ଦେଇ ଗାଡ଼ି ଚଳାଚଳ କରୁଛି।

ସମ୍ବନ୍ଧିତ ଖବର