ପୋଖରୀରେ ବୁଡ଼ି ୨ ଶିଶୁକନ୍ୟା ମୃତ

ଜଗମୋହନପୁର/ ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ମୁଣ୍ଡା ସାହିରେ ଆଜି ଅପରାହ୍ଣରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାହି ପୋଖରୀରେ ବୁଡ଼ି ୨ଜଣ ଶିଶୁକନ୍ୟା ପ୍ରାଣ ହରାଇଛନ୍ତି। ଆଜି ଅପରାହ୍ଣରେ ଘରେ କୌଣସି ପରିବାର ସଦସ୍ୟ ନଥିଲା ବେଳେ ସମସ୍ତଙ୍କ ଅଗୋଚରରେ ଘର ନିକଟସ୍ଥ ପୋଖରୀକୁ ୨ଶିଶୁ ଚାଲି ଯାଇଥିଲେ। କାମରୁ ଫେରି ଖୋଜିଲା ବେଳେ ପିଲାମାନଙ୍କୁ କେଉଁଠି ପାଇ ନଥିଲେ।

ଖୋଜାଖୋଜି ବେଳେ ୨ଶିଶୁ ପୋଖରୀରେ ଭାସୁଥିବା ଦେଖି ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ଯୋଗୀ ମୁଣ୍ଡାଙ୍କ ୩ ବର୍ଷର ଝିଅ ସୁଇଟି ଏବଂ ତାଙ୍କ ସାନ ଭାଇ ସୁଶୀଲ ମୁଣ୍ଡାଙ୍କ ୪ ବର୍ଷର ଝିଅ ପରୀ । ଏନେଇ ତେଲକୋଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ସଂଧ୍ୟା ହୋଇଯାଇଥିବାରୁ ଆଜି ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର