ଶ୍ରୀମନ୍ଦିରରେ ଦିନକରେ ୨ ଥର ବଡ଼ ମହାସ୍ନାନ

ପୁରୀ : ଶ୍ରୀମନ୍ଦିରରେ ଶନିବାର ଦିନ ବାନ୍ତି ସାଙ୍ଗକୁ ରକ୍ତଛିଟା ପଡ଼ିବାରୁ ଦୁଇ ଥର ବଡ଼ ମହାସ୍ନାନ ହୋଇଛି। ଏଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ୫ ଘଣ୍ଟା ବିଳମ୍ବ ହୋଇଥିଲା। ନୀତିକାନ୍ତି ବିଳମ୍ବ ଯୋଗୁ ସକାଳଧୂପ ଅପରାହ୍ଣ ୧ଟା ୧୦ରେ ସଂପନ୍ନ ହୋଇଛି। ଭକ୍ତମାନେ ୫ ଘଣ୍ଟା ଦର୍ଶନରୁ ବଞ୍ଚିତ ହୋଇଥିଲେ। ମହାସ୍ନାନ ନୀତି ସଂପନ୍ନ ପରେ ଦର୍ଶନ ଓ ନୀତିକାନ୍ତି ସ୍ବାଭାବିକ ହୋଇଥିଲା।

ଅବକାଶ ପୂଜା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଧୁକୁଡ଼ି ଦ୍ବାର ପାର୍ଶ୍ବବର୍ତ୍ତୀ ସ୍ଥାନରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ମାରା ହୋଇଯିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିଲା। ।

ଅପରାହ୍ଣ ୧ଟା ୧୦ରେ ସକାଳ ଧୂପ ଶେଷ ହୋଇଛି କି ନାହିଁ ପୁନର୍ବାର ଜନୈକ ଭକ୍ତ ଜଗମୋହନରେ ବାନ୍ତି କରି ଦେଇଥିଲେ। ଏହି ସମୟରେ ଭକ୍ତଙ୍କ ଭିତରକାଠ ଦର୍ଶନ ଚାଲିଥିଲା। ଯେଉଁଥି ପାଇଁ ପୁନର୍ବାର ବଡ଼ ମହାସ୍ନାନ କରାଯାଇଥିଲା।

ସମ୍ବନ୍ଧିତ ଖବର