ବୌଦ୍ଧ : ବୌଦ୍ଧ ବନଖଣ୍ଡରେ ଅସୁରକ୍ଷିତ ବନ୍ୟ ପ୍ରାଣୀ। କ୍ରମାଗତ ଭାବେ ଶିକାର ହୋଇ ଲୋପ ପାଇବାକୁ ବସିଲେଣି ଅନେକ ବନ୍ୟଜନ୍ତୁ ପ୍ରଜାତି। ଗୁଇନ୍ଦା ସୂଚନାକୁ ଆଧାର କରି ଏସ୍ଟିଏଫ୍ ବୁଧବାର ଦୁଇଟି ଜୀବନ୍ତ ବଜ୍ରକାପ୍ତା ଜବତ କରିଛି। ବିକ୍ରି ପାଇଁ ବୌଦ୍ଧ ପଟକୁ ଆସୁଥିବା ବେଳେ ବନ ବିଭାଗ ସହାୟତାରେ ବାଇପାସରେ ଦୁଇ ଶିକାରୀଙ୍କୁ କାବୁ କରିଛି ଏସ୍ଟିଏଫ୍ ଟିମ୍। ଶିକାରୀମାନେ ହେଲେ ବୌଦ୍ଧ ଥାନା ଜାମୁଖୋଲ ଗ୍ରାମର ଉଚ୍ଛବ କହଁର ଓ ପ୍ରଶାନ୍ତ ବେହେରା। ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଜବତ ଦୁଇ ବଜ୍ରକାପ୍ତା (୧୩ କିଲୋ ଓ ୧୦ କିଲୋ)କୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିବା ପାଇଁ ଡିଏଫ୍ଓଙ୍କୁ ହସ୍ତାନ୍ତର କରାଯାଇଛି। ଚଳିତ ମାସ ୧୮ରେ ଏସ୍ଟିଏଫ୍ ହରଭଙ୍ଗା ଗ୍ରାମର ଜଣେ ମାଫିଆଙ୍କଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଥିଲା।
୨ ବଜ୍ରକାପ୍ତା ଜବତ, ୨ ଶିକାରୀ ଗିରଫ
ଡିଲ୍ ପାଇଁ ବୌଦ୍ଧ ଆଣିବାବେଳେ ଧରିଲା ଏସ୍ଟିଏଫ୍
/sambad/media/post_attachments/wp-content/uploads/2023/03/bajrakapta-boudha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)