ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ସହର ଠାରୁ ୫ କିଲୋମିଟର ଦୂରରେ ଥିବା ବଙ୍ଗୀୟ ଗ୍ରାମ ୟୁଭି-୬ ବୁର୍ଜା ଗାଁରେ ସୋମବାର ରାତି ତମାମ ମା’ ଓ ଛୁଆ ୨ଟି ଭାଲୁ ପଶିକି ଆତଙ୍କ ଖେଳାଇଥିଲେ। ଗ୍ରାମର ବିଭିନ୍ନ ଲୋକଙ୍କ ବହୁ ଗଛ ପତ୍ର ମଧ୍ୟ ନଷ୍ଟ କରିଦେଇଥିବା ଜଣ। ପଡ଼ିଛି। ତେଣେ ସକାଳେ ଲୋକେ ଭାବିଲେ ଭାଲୁ ବୋଧେ ନିକଟସ୍ଥ ଜଙ୍ଗଲକୁ ପଳାଇଥିବ। ଠିକ୍ ସକାଳେ ଗାଁର ୨ ମହିଳା ଗାଁଦାଣ୍ଡରେ ଭାଲୁ କଥା ହେଉଥିବା ବେଳେ, ୨ଟି ତାଙ୍କ ପଛରେ ଠିଆ ହେଇଥିବା ଦେଖି ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ। ପରେ ଗାଁ ଲୋକ ସମସ୍ତେ ଭାଲୁକୁ ଗୌଡ଼ାଇ ଥିଲେ। ଫଳରେ ମା ଓ ଛୁଆଁ ଭାଲୁ ଗ୍ରାମକୁ ଲାଗିଥିବ। ମୃତମ। ଜଙ୍ଗଲ ଭିତରକୁ ପଳାଇଥିଲେ। ତେବେ ଭାଲୁ ଗାଁରେ ପଶିବା ନେଇ ବୁର୍ଜା ଗ୍ରାମବାସୀ ଭୟଭୀତ ହେଇପଡ଼ିଛନ୍ତି। ଦୀର୍ଘ ଦିନ ହେଲା ଏହି ଅଞ୍ଚଳରେ ଭାଲୁର ଦୌର।ମ୍ୟ ବଢିବାରେ ଲାଗିଛି।
ସୂଚନାଯୋଗ୍ୟ ୩ ଦିନ ପୂର୍ବରୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗ୍ରାମରେ ଥିବା ହନୁମାନ ମନ୍ଦିର ଓ ଶିବ ମନ୍ଦିର ପରିସରରେ ମା’ ସହ ଦୁଇ ଛୁଆ ଭାଲୁ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ଦିନ ସନ୍ଧ୍ୟା ନଇଁବା ମାତ୍ରେ ମା ଭାଲୁ ନିଜର ଦୁଇ ଛୁଆକୁ ଧରି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଚାଲି ଆସୁଥିବା ଜଣାପଡିଥିଲା । ଗତ ଶୁକ୍ରବାର ରାତିରେ ଏଭଳି ଖାଦ୍ୟ ଅନ୍ୱେଷଣ ପାଇଁ ପ୍ରଥମେ ଗାଁ ଉପକଣ୍ଠରେ ଥିବା ହନୁମାନ ଓ ଶିବ ମନ୍ଦିର ପରିସର ଭିତରକୁ ପ୍ରବେଶ କରୁଥିବାର ଦୃଶ୍ୟକୁ ଗ୍ରାମର କିଛି ଯୁବକ ନିଜ ମୋବାଇଲରେ କଏଦ କରିଥିଲେ । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଲା।