ଚିଲିକା ଉପରେ ନିର୍ମାଣ ହେବ ୨ ବଡ଼ ବ୍ରିଜ୍‌

ଭୁବନେଶ୍ୱର: ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଓଡ଼ିଶାର ଉପକୂଳରେ ରାଜପଥ ନିର୍ମାଣ କରିବାକୁ ଯାଉଥିବା ବେଳେ ଏହାର ସମୀକ୍ଷା ଲାଗି ରାଜ୍ୟ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଚିଲିକା ଉପରେ ୨ଟି ବଡ଼ ଧରଣର ବ୍ରିଜ ନିର୍ମାଣ ହେବ। ବ୍ରିଜ୍‌ ନିର୍ମାଣ ବେଳେ ଡଲଫିନ୍‌ ଯେଭଳି ପ୍ରଭାବିତ ନ ହୁଅନ୍ତି, ସେଥିପ୍ରତି ନଜର ରଖାଯିବ। ବୈଠକରେ ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ଉପସ୍ଥିତ ଥିଲେ। ବୈଠକ ପରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ସଚିବ ନଳୀନି କାନ୍ତ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଏନ୍‌ଏଚ୍‌ଏଆଇ ଦ୍ୱାରା ଓଡ଼ିଶାର ଉପକୂଳରେ ଜାତୀୟ ରାଜପଥ ନିର୍ମାଣ ହେବ।

ଏ ନେଇ ଗତ ବର୍ଷ ଏପ୍ରିଲରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପ ବାବଦରେ ଆଜି ବୈଠକରେ ଆଲୋଚନା ହୋଇଛି ବୋଲି ସଚିବ ଶ୍ରୀ ପ୍ରଧାନ କହିଛନ୍ତି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସାତପଡ଼ା ଠାରୁ ପୁରୀ ଯାଏ ଜାତୀୟ ରାଜପଥ ନିର୍ମାଣ ହେବ।

ସମ୍ବନ୍ଧିତ ଖବର