ଦୁଇ ବାଇକ ମୁହାଁମୁହିଁ ଧକ୍କା, ୧ମୃତ ୨ ଗୁରୁତର

ଭଦ୍ରକ: ଭଦ୍ରକ ଆଗରପଡା ରାସ୍ତାରେ ଆଜି ସଂଧ୍ୟାରେ ଦୁଇ ବାଇକ ମୁହାଁମୁହିିଁ ଧକ୍କା ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ଭଣ୍ଡାରିପୋଖରୀ ଅଞ୍ଚଳର ଭୀମ ବାରିକ ଓ ଆହତ ଦୁଇ ଜଣ ହେଲେ ଓଲଙ୍ଗ ଗ୍ରାମର ଦୟାନିଧି ବେହେରା ଓ ଜୟନ୍ତୀ ବେହେରା । ଆହତ ଦୁଇ ଜଣ ସମ୍ପକରେ ଭାଇ ଭଉଣୀ ।

ସୂଚନା ମୁତାବକ ଆଜି ସଂଦ୍ଧ୍ୟାରେ ଭଦ୍ରକରେ କାଳବୈଶାଖୀ ଓ ଝଡ ତୋଫାନ ଫଳରେ ବିଜୁଳି କଟିଯିବାରୁ ରାସ୍ତାଘାଟ ଅନ୍ଧାର ହୋଇଯାଇଥିଲା, ଘଡ ଘଡି ସହ ଜୋରରେ ପବନ ବହିଥିଲା । ଏହି ସମୟରେ ଭାଇ ଭଉଣୀ ଦୁହେଁ ଅଗରପଡାରୁ ନିଜ ଘରକୁ ଫେରୁଥିବା ବେଳେ ଅନ୍ୟ ପଟୁ ଏକ ବାଇକ ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣ ଗୁରୁତର ଆହତ ହୋଇଥିଲେ । ଆହତ ତିନି ଜଣଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତାରଖାନକୁ ଆସୁଥିବା ସମୟରେ ବାଟରେ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ଦୁଇ ଜଣ ଭଦ୍ରକ ମୁଖ୍ୟ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧିତ ଖବର