ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ  ଭଦ୍ରାସାହି(ଟଣ୍ଟ)ନିକଟରେ ଏକ ଅଜଣା ଟ୍ରକ୍‌ ଏକ ବାଇକ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ଥିବା ଦୁଇଜଣ ନାବାଳକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମିଳିଥିବା ମୃତକମାନେ ହେଲେ ଦୀପକ ପାତ୍ର(୧୭ବର୍ଷ) ଓ ସବନ ଚୌଧୁରୀ(୧୫ବର୍ଷ)।

Advertisment

ସୂଚନା ଅନୁଯାୟୀ ଆଜି ଅପରାହ୍ନ ୧.୫୫ ମିନିଟ ସମୟରେ ଗୁଆଲି ପଟୁ ଏକ ବାଇକ(ଓଡ଼ି୦୯ଏ୨୫୬୪)ରେ ଦୁଇଜଣ ନାବାଳକ ଦୀପକ ପାତ୍ର ଓ ସବନ ଚୌଧୁରୀ ଭଦ୍ରାସାହି ଆଡକୁ ଆସୁଥିବା ସମୟରେ ପଛପଟୁ ଆସୁଥିବା ଏକ ଅଜଣା ଟ୍ରକ ବାଇକ ଉପରେ ମାଡିଯାଇଥିଲା। ଫଳରେ ଟ୍ରକର ଚକ ଜଣଙ୍କର ମୁଣ୍ଡରେ ଓ ଅନ୍ୟ ଜଣଙ୍କର ପେଟ ଉପରେ ମାଡିଯାଇଥିବାରୁ ଘଟଣା ସ୍ଥଳରେ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ବଡ଼ବିଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ଦୁର୍ଘଟଣାଗ୍ରସ୍ଥ ବାଇକକୁ ଜବତ କରିଛି। ଦୁର୍ଘଟଣା ଘଟାଇଥିବା ଅଜଣା ଟ୍ରକକୁ ଧରିବାରେ ସଫଳ ହୋଇପାରିନାହିଁ।  ଏନେଇ ବଡ଼ବିଲ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରାଇଥିବା ପୁଲିସ ସୂତ୍ରରୁ ଖବର ମିଳିଛି।