ବଡ଼କେରା: ଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ। ଅନୁଗୁଳ ବ୍ଲକ୍ ମୂଷାପାପୁଲି ଡେରଜାଙ୍ଗ ରୋଡ ନିକଟ ଜାତୀୟ ରାଜପଥ ୫୫ରେ ଘଟିଛି ଏହି ଦୁର୍ଘଟଣା। ଏହି ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିିଛି।

Advertisment

ମିଳିଥିବା ସୂଚନା ମୁତାବକ, ମୃତକ ୨ ଯୁବକ ଟାଟା ପାୱାର କମ୍ପାନିର ମିଟର ଖଞ୍ଜା କାମରେ ନିୟୋଜିତ ଥିଲେ। ତେବେ ଦୁର୍ଘଟଣା ଘଟିବା ପରେ ଗିରଫ ଭୟରେ ଟ୍ରକ ଚାଳକ ପଞ୍ଚମହଲା ନିକଟରେ ଟ୍ରକ ଛାଡି ଫେରାର ହୋଇ ଯାଇଥିବା ଜଣାପଡିଛି ।