ଚଣ୍ଡିଖୋଲ : ବଡ଼ଚଣା ଥାନା ପୁଲିସ ଚୋରା ଗଞ୍ଜେଇ ଓ ଦୁଇଟି ବାଇକ ଜବତ କରିବା ସହିତ ଏଥିରେ ସଂପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରୀ ରାମଚନ୍ଦ୍ରପୁର ଥାନା ଈଷାଣପୁର ଗ୍ରାମର ବିଶ୍ୱଜିତ ସାମଲ (୨୫) ଓ ବାଲିଆ ଗ୍ରାମର ଦୁଇ ଅଭିଯୁକ୍ତ ରାଜେଶ ଜେନା (୩୨), ନନ୍ଦନ ଗିରି (୨୦)।
ଏହି ତିନିଜଣ ୩୩ କେଜି ଗଞ୍ଜେଇ ଆଣି ବଡ଼ଚଣା ଥାନା ବେଣାପୁର ଗ୍ରାମ ଶିବ ମନ୍ଦିର ନିକଟରେ ବିକ୍ରି କରିବାକୁ ଯୋଜନା କରିଥିଲେ। କୌଣସି ସୂତ୍ରରୁ ଏହି ଖବର ଯାଜପୁର ଏସପିଙ୍କ ନିକଟରେ ପହଞ୍ଚିଥିଲା। ତାଙ୍କ ନିର୍ଦେଶରେ ଜିଲ୍ଲା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚୋରା ଗଞ୍ଜେଇ ଓ ଦୁଇ ବାଇକ ଜବତ କରିବା ସହିତ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା। ଚୋରା ଗଞ୍ଜେଇକୁ ସେମାନେ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ବିକ୍ରି ପାଇଁ ନେଉଥିଲେ ବୋଲି ଅଭିଯୁକ୍ତମାନେ ତଦନ୍ତ ସମୟରେ ସ୍ୱୀକାର କରିଥିଲେ। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/chandikhol-ganja.jpg)