ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଯବାନ ଦୁଇଟି ଲ୍ୟାଣ୍ଡମାଇନ ବୋମାକୁ ନିଷ୍କ୍ରିୟ କରିଛନ୍ତି। ବର୍ତ୍ତମାନ ନକ୍ସଲଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ପୁଲିସ ଏବଂ ସିଆରପିଏଫ ତରଫରୁ ଛତିଶଗଡର ସୁକମା, ଦନ୍ତେୱାଡା, ନାରାୟଣପୁର, ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଗତିବିଧି ବଢୁଥିବାରୁ କମ୍ବିଂକୁ ଜୋରଦାର କରାଯାଇଛି।୨୨୯ ସିଆରପିଏଫ ବାଟାଲିୟନର ଯବାନ ଏବଂ ଜିଲ୍ଲା ପୁଲିସ ଟିମ ଅସୁର ଏବଂ ଆବାପାଲୀ ରାସ୍ତାରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ରାସ୍ତାରେ ନକ୍ସଲ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଦୁଇଟି ଲ୍ୟାଣ୍ଡମାଇନ ବୋମା ଖଞ୍ଜିଥିଲେ, ଯାହାକୁ ଯବାନ ଠିକ ସମୟରେ ଜାଣିପାରିଥିଲେ। ପରେ ବୋମା ନିଷ୍କ୍ରିୟ ଦଳକୁ ଡାକି ସେହି ଦୁଇଟି ବୋମାକୁ ନିଷ୍କ୍ରିୟ କରାଯାଇଥିଲା।
ତେବେ ଏକ ବଡ ଅଘଟଣରୁ ଯବାନ ବର୍ତ୍ତି ଯାଇଥିବା କୁହାଯାଇଛି। ସହିଦ ସପ୍ତାହରେ ନକ୍ସଲ ହିଂସାତ୍ମକ ହୋଇପଡନ୍ତି। ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ଯବାନ ଅତି ସତର୍କତାର ସହ କାମ କରୁଥିବା ଦେଖିବାକୁ ମିଳିଛି। ନକ୍ସଲର ଏହି ଚାଲକୁ ଯବାନ ଧରିବା ପରେ ନକ୍ସଲ ଆଗକୁ କଣ ରଣନୀତି ଅବଲମ୍ବନ କରୁଛନ୍ତି ତାହାକୁ ମଧ୍ୟ ଯବାନ ଅତି ତୀକ୍ଷଣ ନଜର ରଖିଛନ୍ତି। ବୋମାକୁ ନିଷ୍କ୍ରିୟ କରାଯିବା ବେଳେ ଶଦ୍ଦ ଏତେ ଭୟଙ୍କର ଥିଲା ଯେ ବହୁ ଯବାନଙ୍କର ମୃତାହତ ହୋଇଥାନ୍ତା। ଏବେ ବି ଯବାନ ଏହି ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Mkg-landmine-defused.jpg)