ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ କଳିନ୍ଦର ଗାଁରେ ଶନିବାର ପୋଖରୀରେ ବୁଡ଼ି ଦୁଇ ଶିଶୁପୁତ୍ରଙ୍କର ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ବୟ ହେଲେ ପ୍ରିୟାଂଶୁ ଓ ଶ୍ରୀୟାଂଶୁ।

Advertisment

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ଟୁକୁନା ସେଠ ଓ ମା’ ତିଳୋତ୍ତମା ମିର୍ଦ୍ଧା ରେଢ଼ାଖୋଲରେ ରହି କାମ କରନ୍ତି। ଆଜି ସକାଳେ ତିଳୋତ୍ତମା ସାପ୍ତାହିକ ହାଟକୁ ପରିବା କିଣିବାକୁ ଯାଇଥିଲେ। ଟୁକୁନା କୁକୁଡ଼ା ଫାର୍ମରେ କିଛି କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ଦୁଇ ପୁଅ ପ୍ରିୟାଂଶୁ ଓ ଶ୍ରୀୟାଂଶୁ ଘରେ ଥିଲେ।

ତେବେ ତିଳୋତ୍ତମା ହାଟରୁ ଫେରିବା ବେଳକୁ ଦୁଇ ପୁଅ ଘ‌ରେ ନଥିଲେ। ପାଖ ପଡ଼ିଶାରେ ମଧ୍ୟ ପ୍ରିୟାଂଶୁ ଓ ଶ୍ରୀୟାଂଶୁଙ୍କୁ ମିଳି ନଥିଲା। ଶେଷରେ ‌କୁକୁଡ଼ା ଫାର୍ମ ନିକଟରେ ଥିବା ପୋଖରୀରୁ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।