ଭୁବନେଶ୍ବର: ଠକେଇ ଅଭିଯୋଗରେ ଦ୍ୱାରା ୨ ଭାଇଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ଜଣାଯାଇଛି। ଅର୍ଥନୈତିକ ଅପରାଧ ଶାଖା କବଜାରେ ଦୁଇ ଭାଇ। ଚାଷୀମାନଙ୍କୁ କୃଷି ଯନ୍ତ୍ରାଂଶ ଯୋଗାଇ ଦେଇଥିବା ବାବଦକୁ ସରକାରୀ ସବସିଡ ଅର୍ଥ ହଡପ ଅଭିଯୋଗରେ ଗିରଫ ହୋଇଥିବା ଜଣାଯାଇଛି।
ଦୁଇ ଭାଇ ହେଲେ ଜଗତସିଂହପୁର ତରଡ଼ାପଡ଼ାର ମାନସ ଦାସ ଓ ତାପସ ଦାସ। ଉଭୟଙ୍କ ନାମରେ କୃଷି ଉପକରଣ ସବସିଡିରେ ୬.୮୧ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏହାଛଡ଼ା ଜାଲ କାଗଜପତ୍ର ଓ ରସିଦ ଦେଇ ଚାଷୀଙ୍କୁ ବି ଠକିଥିବା ଅଭିଯୋଗ ରହିଛି।
ଅଭିଯୁକ୍ତ ଦୁଇ ଭାଇ କୃଷି ଯନ୍ତ୍ରାଂଶ ଉତ୍ପାଦନ ବ୍ୟବସାୟ କରନ୍ତି। ମାନସ ଦାସଙ୍କ ଶୀତଳ ଅଗ୍ରୋ ଇନପୁଟ୍ ପାଇଭେଟ୍ ଲିମିଟେଡ ନାମକ ସଂସ୍ଥା ରହିଛି। ଏହି ସଂସ୍ଥା ୧୯ଟି ଜିଲ୍ଲାରେ ଚାଷୀଙ୍କୁ ୫୦୪ଟି ଟ୍ରାନ୍ସପ୍ଲାଣ୍ଟର ଯୋଗାଇଥିବା କହି ଜାଲ ଡକୁମେଣ୍ଟ ଦାଖଲ କରିଥିଲା। କେବଳ ସେ କାହିଁକି ତାଙ୍କର ଭାଇ ବି ଏଥି ସହ ସାମିଲ ଥିଲା। କୃଷି ବିଭାଗର ପ୍ରତ୍ୟକ୍ଷ ଅର୍ଥ ଟ୍ରାନ୍ସଫର୍ ଯୋଜନା ମାଧ୍ୟମରେ ଏହି ଅର୍ଥ ଏମାନେ ହଡ଼ପ କରିନେଇଥିଲେ। ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, କଳାହାଣ୍ଡି ଏବଂ ସମ୍ବଲପୁର ଆଦି ଅଞ୍ଚଳର ଚାଷୀଙ୍କୁ ଦେଇଥିଲେ ବୋଲି ଜଣାଇଥିଲେ। ପରେ ଖୋଳତାଡ଼ କରିବା ପରେ ସେଭଳି କୌଣସି ମେସିନରେ ଉତ୍ପାଦନ ହେବା ତ ଦୂରର କଥା, କାହାରିକୁ ଯୋଗା ଯାଇନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Two-Brothers-Arrested_Thumbnail.jpg)