ପାଲଲହଡ଼ା: ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଥାନା ଅନ୍ତର୍ଗତ ସିଡିଙ୍ଗ ଗାଁରେ ବଡ଼ଭାଇଙ୍କର ମୃତଦେହ ଦେଖି ସାନଭାଇଙ୍କର ମୃତ୍ୟୁ ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ବଡ଼ଭାଇ ଦୀପକ ପାଳ ଗତ ଚାରି ମାସ ହେବ କର୍କଟ ରୋଗରେ ପୀଡ଼ିତ ହୋଇ କଟକର ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ଗତକାଲି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଦୀପକ ପାଳଙ୍କର ମୃତଦେହକୁ ସିଡିଙ୍ଗ ଗାଁରେ ନିଜର ଘରକୁ ଅଣାଯାଇଥିଲା। ମୃତ୍ୟୁ ବେଳକୁ ଦୀପକ ପାଳଙ୍କର ବୟସ ୬୨ ବର୍ଷ ହୋଇଥିଲା ବୋଲି ଜଣାଯାଇଛି। ଏଣେ ବଡ଼ ଭାଇ ଦୀପକ ପାଳଙ୍କର ମୃତଦେହ ଦେଖି ସାନଭାଇ ନିଜର ମାନସିକ ଭାରସାମ୍ୟ ହରାଇଥିଲେ।

publive-image

ସାନଭାଇ ତିରୁମଲ ପ୍ରସାଦ ପାଳ (୫୯)ଙ୍କୁ ତତକ୍ଷଣାତ୍ ପାଲଲହଡ଼ା ଉପଖଣ୍ଡସ୍ତରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଛାୟା ଖେଳିଯାଇଛି।