ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ନିକଟସ୍ଥ ବଡ଼ମାଳ ଥାନା ଅଧିନରେ ଥିବା ଏସ୍ଏମ୍ସି ପାୱାର ପ୍ଲାଣ୍ଟ ଛକ( ବିଜୁ ଏକ୍ସପ୍ରେସ୍ ୱେ)ରେ ଆଜି ଦିନ ପ୍ରାୟ ୧୦ ଟା ସମୟରେ ଏକ ଲୁହା ପଥର ବୋଝେଇ ଟ୍ରଲର ( ଓଡ଼ି ୧୬ ଏଫ୍ ୮୫୦୭) ସେହି ରାସ୍ତାରେ ଯାଉଥିବା ଏକ ବାଇକ ( ଓଡ଼ି ୨୩ ଏଚ୍ ୬୩୩୯) କୁ ଧକ୍କା ଦେବା ଫଳରେ ଉଭୟ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ତୁମ୍ବେକେଲା ଗ୍ରାମର ଦୁଇ ଭାଇ। ଜଣଙ୍କ ନାମ ଶାନ୍ତନୁ ଭଇଁଷା(୪୫) ଓ ଅନ୍ୟ ଜଣଙ୍କ ନାମ ଜଗନ୍ନାଥ ଭଇଁଷା (୪୨) ବୋଲି ଜଣା ପଡ଼ିଛି।

Advertisment

publive-image

ଘଟଣା ସ୍ଥଳରେ ବଡ଼ମାଳ ପୁଲିସ ପହଞ୍ଚି ଟ୍ରଲରକୁ ଜବତ କରିଥିବା ବେଳେ ଟ୍ରାଇଭରକୁ ଅଟକ ରଖିଥିବା ପ୍ରକାଶ। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଏଣେ କ୍ଷତି ପୂରଣ ଦାବିରେ ଗ୍ରାମବାସୀମାନେ ସମ୍ବଲପୁର- ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେକୁ ଅବରୋଧ କରିଥିବା ଜଣାଯାଇଛି।