ନୂଆଗାଁ : ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ନୂଆଗାଁ ଥାନା ଲୁଣିସରା ନିକଟରେ ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ଧକ୍କାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ୨ ଘଣ୍ଟା ଧରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସୂଚନାଥାଉକି ସୋରଡା ଗ୍ରାମର ଦୀନବନ୍ଧୁ ନାୟକଙ୍କ ଦୁଇପୁଅ ରମେଶ ଚନ୍ଦ୍ର ନାୟକ ଓ ଚନ୍ଦ୍ରମଣୀ ନାୟକ ନୟାଗଡରୁ ନିଜ ଗ୍ରାମ ସୋରଡାକୁ ଫେରୁଥିବା ବେଳେ ଲୁଣିସରା ନିକଟରେ ଦୁର୍ଘଟଣା ଘଟିଥିଲା। ଫୁଲବାଣୀରୁ ଭୁବନେଶ୍ବର ଫେରୁଥିବା ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଦୁଇଭାଇ ରାସ୍ତାରୁ କିଛି ଦୂର ଛିଟିକି ପଡି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।
ଟ୍ରକ୍ ଧକ୍କାରେ ଦୁଇଭାଇ ମୃତ
/sambad/media/post_attachments/wp-content/uploads/2019/06/acc.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)