କେଉଁଝର: ଜିଲ୍ଲାର ତୁରୁମୁଙ୍ଗା ଥାନା ନୂଆଖମଣ ଗାଁର ବାଙ୍କ ସାହିରେ ଖେଳୁ ଖେଳୁ ଘର ନିକଟ ପୋଖରୀରେ ପଡ଼ି ଯାଇଥିଲେ ୬ ବର୍ଷର ଦୁଇ ଜାଆଁଳା ଭାଇ । ଏହା ଦେଖି ଘର ଓ ପଡୋଶୀ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଦୁଇ ଭାଇଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ହେଲେ ସେଠାରେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।