କୁହିକା : ସୁକିନ୍ଦା ବ୍ଲକ୍ କୁହିକା ପଞ୍ଚାୟତ ଗନ୍ଧାପାଳ ଗ୍ରାମର ଦିଲୀପ ବାରିକଙ୍କ ପୁଅ ବିକି (୨୧)ଙ୍କର ଅକାଳ ମୃତ୍ୟୁ ହୋଇଯାଇଛି। ସେ ଜନ୍ମରୁ ଥାଲାସେମିଆ ରୋଗରେ ପୀଡ଼ିତ ଥିଲେ। ଗତ ୪ ତାରିଖ ରାତିରେ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ।
ସେଠାରେ ଗତକାଲି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ପ୍ରକାଶ ଯେ, ତାଙ୍କ ସାନଭାଇ ବଣ୍ଟି (୧୩)ଙ୍କର ଗତବର୍ଷ ମେ ମାସରେ ମୃତ୍ୟୁ ହୋଇଥିଲା। ସେ ମଧ୍ୟ ଥାଲାସେମିଆରେ ପୀଡ଼ିତ ଥିଲେ। ଦୁଇପୁଅଙ୍କ ଅକାଳ ବିୟୋଗରେ ବାପାମା’ ଓ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)