ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ମଧ୍ୟରେ ଥିବା ପୋଖରୀରୁ ଆଜି ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ବିଜୁ ପଟ୍ଟନାୟକ ପାର୍କ ସ୍ଥିତ ପୋଖରୀରେ ଦୁଇଟି ଶବ ଭାସୁଥିବା କର୍ମଚାରୀମାନେ ଦେଖିଥିଲେ। ସେମାନେ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ମୃତଦେହ ଦୁଇଟିକୁ ପୋଖରୀରୁ ଉଦ୍ଧାର କରାଯିବା ପରେ ସେଗୁଡ଼ିକର ଚିହ୍ନଟ କରାଯାଇଥିଲା।

Advertisment

ମୃତକଦ୍ୱୟ ଦୁଇଭାଇ ବୋଲି ଜଣାଯାଇଛି। ସେମାନେ ହେଉଛନ୍ତି ବଡ଼ବଜାର ଅଞ୍ଚଳର କେ. ରାଙ୍ଗା ଆଚାରି ଓ କେ. ଜନାର୍ଦ୍ଦନ ଆଚାରି। ତେବେ ଏହି ଦୁଇ ବ୍ୟକ୍ତି ପାର୍କ ମଧ୍ୟକୁ କେତେବେଳେ ଆସିଲେ ଓ କେଉଁ ଭଳି ସ୍ଥିତିରେ ବୁଡ଼ିଗଲେ, ତାହା ଜଣାପଡ଼ିନାହିଁ। ପୁଲିସ୍ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି।