ଆଗରପଡ଼ା : ପାଠପଢ଼ାକୁ ଡରି ସିନ୍ଦୂର ଖାଇଦେଲେ ୨ ଭାଇ

ଆଗରପଡ଼ା : ପାଠପଢ଼ାକୁ ଭୟ କରି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ର ଆଗରପଡ଼ା ନିକଟସ୍ଥ ଗରସଙ୍ଗ ଗ୍ରାମର ଦୁଇ ନାବାଳକ ଭାଇ ସିନ୍ଦୂର ଖାଇଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗରସଙ୍ଗ ଗ୍ରାମର ଦିନ ମଜୁରିଆ ଲକ୍ଷ୍ମଣ ଯେନା ସବୁଦିନ ଭଳି ଆଜି ସକାଳୁ କାମକୁ ଯାଇଥିଲେ। ତାଙ୍କର ଦୁଇ ପୁଅ ମହେଶ୍ବର(୧୩) ଓ ସାନୁ (୧୦) ଉଭୟ ୬ଷ୍ଠ ଓ ୫ମ ଶ୍ରେଣୀରେ ପଢ଼ନ୍ତି। ପ୍ରତିଦିନ ପରି ଆଜି ମଧ୍ୟ ଖିଆପିଆ ସାରି ଦୁଇ ଭାଇ ସ୍କୁଲ ଚାଲିଯିବା ପରେ ତାଙ୍କ ମା’ ନିକଟସ୍ଥ ବିଲକୁ ଚାଲି ଯାଇଥିଲେ। ଅପରାହ୍‌ଣରେ ବିଲରୁ ଫେରି ମା’ ଶୋଇବା ଘର କବାଟ ବନ୍ଦ ହୋଇଥିବା ଦେଖି କବାଟ ବାଡେ଼ଇଥିଲେ। ମାତ୍ର କେହି କବାଟ ନ ଖୋଲିବାରୁ ସନ୍ଦେହରେ ଗ୍ରାମର କିଛି ଲୋକଙ୍କୁ ଡାକି କବାଟ ଖୋଲିଥିଲେ। ସେତେବେଳକୁ ଜଣେ ପୁଅ ଖଟ ଉପରେ ଅନ୍ୟ ଜଣେ ପୁଅ ତଳେ ଗୁରୁତର ହୋଇ ପଡ଼ିଥିଲେ। ଘର ସାରା ସିନ୍ଦୂର ବିଞ୍ଚି ହୋଇଥିବାର ଦେଖି ସେମାନେ ସିନ୍ଦୂର ଖାଇ ଦେଇଥିବା ସନ୍ଦେହ କରି ସଙ୍ଗେ ସଙ୍ଗେ ଦୁହିଁଙ୍କୁ ଆଗରପଡ଼ା ଡାକ୍ତରଖାନା ନେଇଥିଲେ। ଡାକ୍ତର ଡାକ୍ତର ଉଭୟଙ୍କ ଚିକିତ୍ସା କରିବା ପରେ ପିଲାଦ୍ବୟ ବିପଦମୁକ୍ତ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର