ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଦୁଇ ଭାଇ ଗୁରୁତର ଆହତ

ଚାନ୍ଦବାଲି : ଭଦ୍ରକ–ଚାନ୍ଦବାଲି ରାସ୍ତା ପାଂଚପଡ଼ା କଲେଜଛକ ନିକଟରେ ଅଟୋ ବାଇକ ଦୁର୍ଘଟଣାରେ ବାଇକରେ ବସିଥିବା ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଦୁଇ ଭାଇ ଭାଟପଡ଼ା ପଂଚାୟତ ରାଉତପଡ଼ା ଗାଁର ରଘୁନାଥ ବେଜଙ୍କ ପୁଅ ଧୁଃଶାଶନ ବେଜ(୪୫),ଦୁର୍ଯ୍ୟେଧନ ବେଜ (୪୮) ।

ରାତି ୧୦ଟାରେ ଚାନ୍ଦବାଲି ବଜାରରୁ କାମ ସାରି ଘରକୁ ଫେରୁଥିବା ବେଳେ ପାଂଚପଡ଼ା କଲେଜ ଛକ ନିକଟରେ ଏକ ଅଟୋସହିତ ସାମନା ପଟୁ ଖୁବ୍ ଯୋରରେ ଧକ୍କା ଲାଗିଥିଲା । ଫଳରେ ବାଇକରେ ବସିଥିବା ଦୁଇ ଭାଇ ରାସ୍ତା ଉପରେ ପଡ଼ି ମୁହଁ ଫାଟିଯାଇଥିବା ବେଳେ ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହେଉଥିଲା । ତେବେ ଦୁର୍ଘଟଣା ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଲୋକମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଡ଼ାକ୍ତର ତୁରନ୍ତ ଚିକିତ୍ସା ଯୋଗାଇ ଦେଇଥିବା ବେଳେ ଅଧିକ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାକୁ କହିଛନ୍ତି ।

ସମ୍ବନ୍ଧିତ ଖବର