ସ୍କୁଲ ଭିତରୁ କମ୍ପ୍ୟୁଟର ସାମଗ୍ରୀ ଚୋରି କଲେ ୨ ଭାଇ, ପୁଲିସକୁ ଦ୍ବନ୍ଦ୍ବରେ ପକାଇବାକୁ କଳାପଟାରେ ଏଭଳି ଲେଖିଥିଲେ

ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ଅଧିନ ଖାତିଗୁଡା ଉଚ୍ଚ ବିଦ୍ୟାଳୟରୁ କମ୍ପ୍ୟୁଟର ସମେତ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଘଟଣାରେ ଇନ୍ଦ୍ରାବତୀ ପୁଲିସକୁ ମିଳିଛି ସଫଳତା। ଚୋରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଦୁଇ ଭାଇଙ୍କୁ ପୁଲିସ ଗିରଫ କରିଛି। ଏଥିସହ ଚୋରି ହୋଇଥୁବା କମ୍ପ୍ୟୁଟ୍‌ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି। ଆଜି ଏନେଇଁ ଇନ୍ଦ୍ରାବତୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏଏସ୍‌ପି ଜୟକୃଷ୍ଣ ବେହେରା ଉପସ୍ଥିତ ରହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ପୁଲିସ କହିବା ଅନୁଯାୟୀ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ପରିସରରୁ ଗତ ୧ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ଦୁଇ ଭାଇ କମ୍ପ୍ୟୁଟର ସାମଗ୍ରୀ ଚୋରି କରି ନେଇଥିଲେ। ଚୋରି କରିବା ପରେ ଅଭିଯୁକ୍ତମାନେ ଅଭିଯୁକ୍ତମାନେ ଇଟ୍ସ ମି ଧୂମ ୪, ସ୍କୁଲ ପିଲା ଧରି ପାରିଲେ ଧର, ଆଇ ଏମ କମିଙ୍ଗ ଶୂନ ବୋଲି ଲେଖି ପୁଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଥିଲେ। କଳାପଟାରେ ଏଭଳି ଲେଖି ପୁଲିସକୁ ଦ୍ୱନ୍ଦ୍ୱରେ ପକେଇବା ଉଦେଶ୍ୟରେ ଅଭିଯୁକ୍ତ ଏଭଳି ଲେଖିଥୁବା ଏଏସପି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦୁଇଭାଇ ଆଦିତ୍ୟ ଦାଶ ଏବଂ ଆନନ୍ଦ ଦାଶ ଇନ୍ଦ୍ରାବତୀ କଲୋନିରେ ରହୁଥୁବା ପୁଲିସ ସୂଚନା ଦେଇଛି। ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବ ଦେଇ ନବରଙ୍ଗପୁର ଏସପି ଏସ.ସୁଶ୍ରୀଙ୍କ ନିର୍ଦେଶକ୍ରମେ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ, ଖାତିଗୁଡା ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ, କୋଡ଼ିଙ୍ଗା ଥାନା ଅଧକାରୀ ଦୁର୍ଗା ମାଧବ ବାଗ, ଏସଆଇ ପ୍ରଫୁଲ୍ଲ ପାତ୍ର, ଏଏସଆଇ ସୁନୀଲ ପ୍ରଧାନ, ଏଏସଆଇ ରାମ ଚନ୍ଦ୍ର କଣ୍ଡାଗୋରୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କୁ ନେଇଁ ଦୁଇଟି ଟିମ ଗଠନ କରି ତଦନ୍ତ ଜାରି ରହିଥିଲା। ଏମିତି କି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ହୋଇଥିଲା।

ଅଭିଯୁକ୍ତମାନେ ଅପରାଧ କଲାପରେ କିଛିନା କିଛି ସୁରାକ ଛାଡି ଯାଇଥାନ୍ତି। ହେଲେ ଏହି କ୍ଷେତ୍ରରେ ଅଭିଯୁକ୍ତମାନେ ବିଦ୍ୟାଳୟର କଳାପଟାରେ ଲେଖି ପୁଲିସକୁ ଚ୍ୟାଲେଞ୍ଜ ଦେବା ସେମାନଙ୍କ ପାଇଁ କାଳ ହୋଇଥୁବା ପୁଲିସ କହିଛି। କଳାପଟା ଲେଖାରୁ ପୁଲିସକୁ ବଡ ସୁରାକ ମିଳିଥୁବା ସାମ୍ବାଦିକ ସମ୍ମିଳନୀରେ ଏଏସପି ଶ୍ରୀ ବେହେରା କହିଛନ୍ତି। କଳାପଟାରେ ଲେଖିଥୁବା ସୁରାକକୁ କେନ୍ଦ୍ର କରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେଇଥିଲା। ଅଭିଯୁକ୍ତଙ୍କ ଲେଖାରେ ତାଳମେଳ ହେବା ଏବଂ ନିଜର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବା ଯୋଗୁଁ କମ୍ପ୍ୟୁଟର ବିଜନେସ କରିବା ଉଦେଶ୍ୟରେ ଅଭିଯୁକ୍ତ ଦୁଇ ଭାଇ ଏଭଳି ଚୋରୀ କରିଥୁବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର