ବଅଁରପାଳ : କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଗୋତମରାସ୍ଥିତ ଘରେ ଖଣ୍ଡା ବୁଲାଇବା ଘଟଣାରେ ବଅଁରପାଳ ପୁଲିସ ଆଜି ୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଦୁଇ ଭାଇ ଦୀପକ ଭୋଇ ଓ ସିପୁନ ଭୋଇ ବାଚସ୍ପତିଙ୍କ ବାସଭବନ ପରିସରକୁ ପଶିବାକୁ ଚେଷ୍ଟା କରି ଆତଙ୍କ ସୃଷ୍ଟି କରିଥିଲେ। ଖଣ୍ଡା ଦେଖାଇ ଅନ୍ୟମାନଙ୍କୁ ଭୟଭୀତ କରିଥିଲେ। ଏପରିକି ବାଚସ୍ପତିଙ୍କ ସମ୍ପର୍କୀୟ ବୀରେନ୍ଦ୍ର ରାଏ ଓ ଘରେ କାମ କରୁଥିବା ପ୍ରମିଳା ମାଟିଆଙ୍କୁ ମଧ୍ୟ ଉଭୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୀରେନ୍ଦ୍ରଙ୍କ ଅଭିଯୋଗ ଆଧାରରେ ପୁଲିସ ଉଭୟ ଦୀପକ ଓ ସିପୁନଙ୍କୁ ଗିରଫ କରି ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରିଥିଲା। ସେଠାରେ ଉଭୟଙ୍କ ଜାମିନ୍ ନାମଞ୍ଜୁର ହେବାରୁ ଦୁଇ ଭାଇଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ବାଚସ୍ପତିଙ୍କ ଘରେ ଖଣ୍ଡା ବୁଲିବା ଘଟଣା: ଜେଲ୍ ଗଲେ ଦୁଇ ଭାଇ
/sambad/media/post_attachments/wp-content/uploads/2022/10/jail.jpg)