ଭୋଗରାଇ: ବ୍ରାଉନ୍ସୁଗର ସହ ଦୁଇଜଣ ବଙ୍ଗୀୟ ବ୍ୟବସାୟୀ ଧରାପଡ଼ିଛନ୍ତି। ଆଜି ସକାଳ ପ୍ରାୟ ୯ଟା ସମୟରେ ପଶ୍ଚିମବଙ୍ଗ ଦୀଘା ଥାନା ଅନ୍ତର୍ଗତ ବିଲାମୁଣ୍ଡା ଗ୍ରାମର ଦେବୁ ସିଟ ଓ ଦୀପୁ ସିଟ ନାମକ ଦୁଇଜଣ ଯୁବକ ଡବ୍ଲ୍ୟୁବି-୩୨-ଏଲ୍-୨୩୯୦ ନମ୍ବରର ଏକ ମହିନ୍ଦ୍ରା ଗାଡ଼ିରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ତଥା ତାଳସାରୀ ସାମୁଦ୍ରିକ ଥାନା ଅଧୀନ ଉଦୟପୁର ବେଳାଭୂମିକୁ ଆସିଥିଲେ। ସେଠାରେ ସେମାନେ ଜଣେ ଗ୍ରାହକଙ୍କୁ ବ୍ରାଉନ୍ସୁଗର ବିକ୍ରି କରୁଥିଲେ। ଏହି ସମୟରେ ସ୍ଥାନୀୟ ଲୋକମାନେ ଯୁବକଙ୍କୁ ଧରି ଏକ ବିଦ୍ୟୁତ୍ଖୁଣ୍ଟରେ ବାନ୍ଧି ନିର୍ଘାତ୍ ଛେଚିଥିଲେ। ଲୋକଙ୍କଠାରୁ ଖବର ପାଇ ତାଳସାରୀ ସାମୁଦ୍ରିକ ଥାନା ପୁଲିସ ପହଞ୍ଚିଥିଲା। ସଂପୃକ୍ତ ଯୁବକଙ୍କଠାରୁ ୫ ଲକ୍ଷ ଟଙ୍କା ମୂଲ୍ୟର ୧୮ଟି ବ୍ରାଉନ୍ସୁଗାର ପୁଡ଼ିଆ ଜବତ କରାଯିବା ସହ ସେମାନେ ଆଣିଥିବା ଗାଡ଼ିଟିକୁ ମଧ୍ୟ ଜବତ କରାଯାଇଥିଲା। ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଉଲ୍ଲେଖ ଥାଉକି ତାଳସାରୀ ସାମୁଦ୍ରିକ ଥାନା ଅଞ୍ଚଳ ତଥା ଉଦୟପୁର ବେଳାଭୂମିରେ ଅବାଧ ବେଆଇନ୍ ନିଶା କାରବାର ଚାଲିଛି। ଏନେଇ ସ୍ଥାନୀୟ ଲୋକ ଅଭିଯୋଗ ମଧ୍ୟ କରୁଛନ୍ତି। ହେଲେ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍ ବସିରହୁଥିବା ଅଭିଯୋଗ ଆସୁଛି।
ଲୋକଙ୍କ ହାତରେ ଧରାପଡ଼ିଲେ ୨ ବ୍ରାଉନ୍ସୁଗର ବ୍ୟବସାୟୀ; ଛେଚିଲେ, ପୁଲିସ ଜିମା ଦେଲେ
/sambad/media/post_attachments/wp-content/uploads/2022/05/12d33054-257a-421d-bc4f-b1aabb5c7736.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)