ନିଆଁ ପୋଇଁବାବେଳେ ୨ ମୃତ

ସମ୍ବଲପୁର : ପୃଥକ ଘଟଣାରେ ନିଆଁ ପୋଇଁବାବେଳେ ବରଗଡ଼ ଜିଲ୍ଲାର ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଠେମରାଡିହିର ତିନିବାଇ ଇଂଜିରେ(୨୯) ଏବଂ ସାତୁପାଲିର ବ୍ରହ୍ମ ସାହୁ(୪୮)। ବୁର୍ଲା ଫାଣ୍ଡିରୁ ମିଳିଥିବା ସୂଚନା ଅନୁସାରେ, ୨୬ ତାରିଖ ରାତିରେ ଜଗଦଲପୁର ଥାନା ଅନ୍ତର୍ଗତ ଠେମରାଡିହିର ମଥୁରାମ ଇଂଜିରେଙ୍କ ସ୍ତ୍ରୀ ତିନିବାଇ ଇଂଜିରେ ନିଆଁ ପୁଆଁଉଥିଲେ। ଅଚାନକ ନିଆଁ ତାଙ୍କ ଶାଢୀରେ ଲାଗିଯାଇଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପଦମପୁର ଏବଂ ପରେ ବୁର୍ଲା ଡାକ୍ତରଖାନା ଅଣାଯାଇ ଥିଲା। ଏଠାରେ ତାଙ୍କ ମୃତ୍ୟୁ ହୋଇଛି। ସୋହେଲା ଥାନା ଅନ୍ତର୍ଗତ ସାତୁପାଲିର ବ୍ରହ୍ମ ସାହୁ ୨୬ ତାରିଖ ଅପରାହ୍ନରେ ନିଆଁ ପୁଆଁଉଥିଲା ବେଳେ ନିଆଁ ତାଙ୍କ ଧୋତିରେ ଲାଗି ଯାଇଥିଲା। ତାଙ୍କୁ ସୋହେଲା ଏବଂ ପରେ ଭିମସାରରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର