୨ ଶିଶୁଙ୍କ ସଲିଳ ସମାଧି

ରାଇରଙ୍ଗପୁର/ବିଜାତଳା : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକ୍‌ର ଜାମୁଡାଳି ଗାଁରେ ଆଜି ଏକ ଅଘଟଣ ଘଟିଛି। ମୋରମ ଖାଲରେ ପଡ଼ି ୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ମୃତ ଶିଶୁ ଦୁଇ ଜଣ ହେଲେ ଗାଁର ମାତକମ ସାହିର ମାହ୍ଲା ନାଏକଙ୍କ ପୁଅ ଦୁଲମା(୫) ଓ ଲକ୍ଷ୍ମଣ ସୋରେନଙ୍କ ପୁଅ ପାର୍ବତ(୫)। ତେବେ ଆଉ ଜଣେ ଶିଶୁଙ୍କୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି।

ଘଟଣାରୁ ପ୍ରକାଶ, ଆଜି ଅପରାହ୍ନରେ ଦୁଲମା, ପାର୍ବତ ସମେତ ଅନ୍ୟ ଜଣେ ଶିଶୁ ସାଙ୍ଗ ହୋଇ ଖେଳୁଥିଲେ। ଖେଳୁ ଖେଳୁ ଅଲକ୍ଷ୍ୟରେ ନିକଟବର୍ତ୍ତୀ ମୋରମ ଖାଲରେ ୩ ଜଣ ଯାକ ପଡ଼ି ଯାଇଥିଲେ। ତେବେ ଦୁଲମା ଓ ପାର୍ବତ ପାଣିରେ ବୁଡ଼ି ଯାଇଥିବା ବେଳ ଅନ୍ୟ ଶିଶୁଟି କୌଶଳକ୍ରମେ ପାଣିରୁ ଉଠି ଆସି ଗାଁଲୋକଙ୍କୁ ଖବର ଦେଇଥିଲା। ଗାଁଲୋକେ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ୨ ଜଣ ଶିଶୁଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର