ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ପଇଦାପାଟଣା ଗ୍ରାମରେ ଦୁଇ ଜଣ ଶିଶୁକନ୍ୟା ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଶିଶୁ କନ୍ୟାଦ୍ୱୟ ହେଲେ ରମେଶ ମୁଣ୍ଡାଙ୍କ ଝିଅ ବିଜୁଳି (୩) ଓ ନାରାୟଣ ମୁଣ୍ଡାଙ୍କ ଝିଅ ରାନି (୪)।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ବିଜୁଳି ଓ ରାନିଙ୍କର କୌଣସି ପତ୍ତା ମିଳିନଥିଲା। ଘର ଲୋକେ ସବୁଆଡେ ଖୋଜିବା ପରେ ଗାଁ ପୋଖରୀ ନିକଟକୁ ଯାଇଥିଲେ। ସେଠାରେ ଦୁଇ ଶିଶୁଙ୍କର ପୋଷାକ ପାହାଚରେ ପଡ଼ିଥିବା ବେଳେ ଉଭୟଙ୍କର ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଗାଁ ଲୋକେ ପୋଖରୀରୁ ଦୁଇ ଶିଶୁଙ୍କର ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ଗାଁ’ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ଖବର ପାଇ ସରପଞ୍ଚ ସୁକାନ୍ତି ନାଏକ ଏବଂ ଓ୍ଵାର୍ଡସଭ୍ୟ ରାମଚନ୍ଦ୍ର ମହାନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସରପଞ୍ଚ ଉଭୟ ପରିବାରଙ୍କୁ ୪୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ପଇଦାପାଟଣା ଗ୍ରାମର ମା ତାରିଣୀ କ୍ଲବ ସଭାପତି ଜଗନ୍ନାଥ ମହାନ୍ତ ଓ ମୁଖ୍ୟ ସଂଯୋଜକ ବିପିନ ବିହାରୀ ମହାନ୍ତ ମୃତକଙ୍କ ପରିବାରକୁ ୩୦୦୦ ଟଙ୍କା ସହାୟତା ଦେଇଥିଲେ। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଭରତଚନ୍ଦ୍ର ନାଏକ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପାଟଣା ଡାକ୍ତରଖାନା ପଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/keonjhar-child.jpg)