ପାଣିରେ ବୁଡ଼ି ୨ ଶିଶୁଙ୍କ ସଲିଳ ସମାଧି

ସୋର/ଖଇରା/ଜଳେଶ୍ବର : ଖଇରା ଓ ଜଳେଶ୍ବର ବ୍ଲକ୍ ଅଞ୍ଚଳରେ ପାଣିରେ ପଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ, ଖଇରା ବ୍ଲକ୍ ଅଚ୍ୟୁତପୁର ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ସେହି ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ୮ ବର୍ଷର ପୁଅ ଓମ୍‌ ଖେଳୁଥିବା ସମୟରେ ପୋଖରୀରେ ପଡ଼ି ସଲିଳ ସମାଧି ନେଇଛି। ସେହିପରି ଜଳେଶ୍ବର ବ୍ଲକ୍‌ ଧାନସିମୁଳିଆ ଗାଁରେ ଆଜି ରମେଶ କିସ୍କୁଙ୍କ ୧୦ ବର୍ଷର ପୁଅ ଦୀପୁ ଘରପାଖ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଘରକୁ ଫେରି ନ ଥିଲେ। କିଛି ସମୟ ପରେ ଘର ଲୋକେ ପୋଖରୀରେ ଖୋଜାଖୋଜି କରିବା ପରେ ପାଣି ଭିତରୁ ଦୀପୁକୁ ଉଦ୍ଧାର କରାଯାଇଥିଲା। ସେତେବେଳକୁ ଦୀପୁଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର