ଚାନ୍ଦବାଲି : ବେଆଇନ ବାଣ କାରଖାନାରେ ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ,୨ ଶିଶୁ ଗୁରୁତର

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ଦକ୍ଷିଣସାହି ଗାଁରେ ବେଆଇନ ବାଣ କାରଖାନାରେ ବାଣ ଭିଡ଼ୁଥିବା ବେଳେ ସ˚ଧୢାରେ ବିସ୍ଫୋରଣ ଘଟି ଦୁଇ ଜଣ ଶିଶୁ ଗୁରୁତର ହୋଇଛନ୍ତି।

ମତୋ ଦକ୍ଷିଣସାହି ଗାଁର ଶୁକ ବେହେରାଙ୍କ ୪ବର୍ଷର ପୁଅ ମନୋଜ ଓ ଅର୍ଜୁନ ସାହୁଙ୍କ ୫ବର୍ଷର ଝିଅ ଶୁଭଶ୍ରୀଙ୍କୁ ସମ୍ପୃକ୍ତ ଗାଁର ଜଣେ ବାଣ ବ୍ୟବସାୟୀ ବାରୁଦ ଦେଇ ବାଣ ଭିଡ଼ାଉଥିବା କାମରେ ଲଗାଇଥିବା ବେଳେ ବାଣ ବିସ୍ପୋରଣ ଘଟି ଶିଶୁ ଦୁଇ ଜଣଙ୍କ ଶରୀରର ୭୦ଭାଗ ପୋଡ଼ିଯାଇଛି। ଗୁରୁତର ଶିଶୁ ଦୁଇଜଣଙ୍କୁ ଚତୁରତାର ସହ ନିକଟସ୍ଥ ଚାନ୍ଦବାଲି ମେଡ଼ିକାଲ ନ ଆଣି ଦୀର୍ଘ ୩୦କିମି ଦୂରରେ ଥିବା ତିହିଡ଼ି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାତିରେ ଦୁଇ ଶିଶୁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର