ଦୁଇ ଶିଶୁଙ୍କ ଅସ୍ବାଭାବିକ ମୃତ୍ୟୁ

କେନ୍ଦୁଝର : ଘଟଗାଁ ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମରେ ଦୁଇ ଶିଶୁଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଯଦିଓ ସ୍ପଷ୍ଟ ହୋଇନି, ବିଷକ୍ରିୟା ଯୋଗୁ ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଘଟଗାଁ ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମର କାଣ୍ତେ ମୁଣ୍ତାଙ୍କର ଦୁଇଝିଅ ରୂପାଲି (୬) ଓରାନୀ ମୁଣ୍ତା(୪) ମଙ୍ଗଳବାର ଦିନ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେ। ଏହି ସମୟରେ ତାଙ୍କ ବାପାମାଆ ନିଜ କ୍ଷେତକୁ କାମ କରିବାକୁ ଯାଇଥିଲେ। ଏହି ଛୁଆ ଦୁଇଟି ଅଙ୍ଗନବାଡି କେନ୍ଦ୍ରରୁ ଫେରିବା ପରେ କିଛି ସମୟ ପର୍ଯ୍ୟନ୍ତ ଖେଳା ଖେଳି କରି ଘରକୁ ଫେରି ଶୋଇଥିଲେ। ତାଙ୍କ ବାପା କାଣ୍ତେ ମୁଣ୍ତା ଘରକୁ ଫେରିବା ବେଳକୁ ଦୁଇ ଝିଅ ଅସୁସ୍ଥ ହୋଇ ପଡ଼ିଥିଲେ। ସନ୍ଧ୍ୟା ବେଳକୁ ତାଙ୍କ ବାପା ତାଙ୍କୁ ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଏହା ପରେ ସେଠାରେ ଅବସ୍ଥା ସ˚ଙ୍କଟାପନ୍ନ ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। କୌଣସି ଜଙ୍ଗଲୀ ଫଳ ଖାଇବା କାରଣରୁ ଏଭଳି ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର