ବଡ଼ସାହି: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଚନ୍ଦନପୁର ପଞ୍ଚାୟତ ଅନ୍ତର୍ଗତ ସଙ୍କୁଚା ଅଙ୍ଗନବାଡ଼ି କେନ୍ଦ୍ରରେ ଭାତ ଓ ଅଣ୍ଡା ତରକାରି ଖାଇବା ପରେ ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ୨ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନେ ହେଲେ ସଂକୁଚା ଗ୍ରାମର ଉଡ଼ା ମୁର୍ମୁଙ୍କ ପୁଅ ରାଜୁ(୬) ଓ ଦିଲ୍ଲୀପ ହାଁସଦାଙ୍କ ପୁଅ ଯୋଗେଶ (୪)। ଖାଦ୍ୟ ଖାଇବା ପରେ ଉଭୟଙ୍କର ବାରମ୍ବାର ବାନ୍ତି ହୋଇଥିଲା। ଦିନ ପ୍ରାୟ ୧୦ଟା ସମୟରେ ପରିବାର ଲୋକେ ସେମାନଙ୍କୁ ବଡ଼ସାହି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ରିପୋର୍ଟ ଲେଖା ହେବାବେଳକୁ ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ସେମାନଙ୍କୁ ଆଜି ନିରୀକ୍ଷଣରେ ରଖାଯାଇଛି, ଆସନ୍ତାକାଲି ଛାଡ଼ିଦିଆଯିବ ବୋଲି କହିଛନ୍ତି ଡାକ୍ତର। ତେବେ ଶିଶୁ ଦୁଇଜଣଙ୍କ ଅବସ୍ଥା ଜାଣିବା ପରେ ବି ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର କୌଣସି ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ନଥିବାରୁ ସ୍ଥାନୀୟ ସରପଞ୍ଚ ହରିଶ୍ଚନ୍ଦ୍ର ମୁର୍ମୁ କ୍ଷୋଭ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/12-4.jpg)