ଭୁବନ/କାମାକ୍ଷାନଗର : ଭୁବନ ଥାନା ଅନ୍ତର୍ଗତ କହ୍ନେଇପାଳ ଗାଁ ପାତ୍ରସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସନ୍ଧ୍ୟାରେ ଖେଳୁଥିବା ବେଳେ ଏକ ପାଇଖାନା ଟାଙ୍କିରେ ପଡ଼ି ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଉଭୟେ ସମ୍ପର୍କୀୟ ଭଉଣୀ ବୋଲି ସୂଚନା ମିଳିଛି। ପ୍ରକାଶ ଯେ, କହ୍ନେଇପାଳ ଗାଁ ପାତ୍ରସାହିର ପ୍ରଦୀପ ପାତ୍ରଙ୍କ ଝିଅ ପ୍ରିୟତମା (୬) ଓ ସେହି ସାହିର ଶେଷ ପାତ୍ରଙ୍କ ଝିଅ ଶ୍ରୁତି (୪) ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଘର ନିକଟରେ ଖେଳୁଥିଲେ। ସେମାନେ ଦୌଡ଼ାଦୌଡ଼ି ହୋଇ ଖେଳୁଥିବା ବେଳେ ଅସାବଧାନତାବଶତଃ ପଡ଼ୋଶୀଙ୍କର ଏକ ଖୋଲା ପାଇଖାନା ଟାଙ୍କିରେ ପଡ଼ିଯାଇଥିଲେ। ଉଭୟେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ନିରାଶ ହୋଇଥିଲେ। ପରେ ସଂଦେହରେ ପଡ଼ୋଶୀଙ୍କ ଖୋଲା ପାଇଖାନା ଟାଙ୍କି ଦେଖିବାରୁ ଉଭୟେ ଭିତରେ ପଡ଼ିଥିବା ଜଣାପଡ଼ିଥିଲା। ଦୁଇ ଭଉଣୀଙ୍କୁ ପାଇଖାନା ଟାଙ୍କିରୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପ୍ରିୟତମା ଦ୍ବିତୀୟ ଶ୍ରେଣୀରେ ପଢୁଥିବା ବେଳେ ଶ୍ରୁତି ଅଙ୍ଗନବାଡ଼ିରେ ପଢୁଥିଲେ।
ପାଇଖାନା ଟାଙ୍କିରେ ପଡ଼ି ୨ ଶିଶୁ ମୃତ
/sambad/media/post_attachments/wp-content/uploads/2021/07/dead-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)