ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆର୍ଦଲାପଲ୍ଲୀ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଅପରାହ୍ନରେ ଗାଁର ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସେହି ଗାଁର କେ. ଜଗନ(୧୩) ଓ ଆର୍. ବରୁଣ(୧୦) ବୋଲି ପୁଲିସ କହିଛି। ସୂଚନା ପ୍ରକାରେ ସେହି ଗ୍ରାମର ଜଗନ ଓ ବରୁଣ ଅପରାହ୍ନ ପ୍ରାୟ ୪ଟା ବେଳେ ପୋଖରୀରେ ଗାଧୋଉଥିବା ସମୟରେ ବୁଡି ଯାଇଥିଲେ। ଏହା ଦେଖି େସଠାରେ ଥିବା ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଗୋପାଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।
ପୋଖରୀରେ ବୁଡ଼ି ୨ ବାଳକ ମୃତ
/sambad/media/post_attachments/wp-content/uploads/2019/05/drowing-bath_d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)