ମହାନଦୀ ପାଇଁ ଦୁଇଟି କମିଟି ଗଠିତ

ଗୋଟିକରେ ବାଚସ୍ପତି, ଅନ୍ୟଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ

ଭୁବନେଶ୍ୱର : ମହାନଦୀ ପାଇଁ ଆଜି ଦୁଇ ଦୁଇଟି ଗୃହ କମିଟି ଗଠନ ହୋଇଛି। ଆଜି ବାଚସ୍ପତି ପ୍ରଦୀପ ଅମାତ ଏହି କମିଟି ତାଲିକା ଗୃହରେ ଘୋଷଣା କରିଥିଲେ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ଜଳ ସମସ୍ୟା ସଂପର୍କରେ ଅନୁଧ୍ୟାନ କରିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ମହାନଦୀ ଜଳ ବିବାଦ ଘଟଣାରେ ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବ। ଉଭୟ କମିଟିରେ ସମାନ ସଦସ୍ୟଙ୍କୁ ନିଆଯାଇଛି ଓ କେବଳ ଅଧ୍ୟକ୍ଷ ଭିନ୍ନ ଭିନ୍ନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ସଂଜୟ ଦାସବର୍ମା, ନୀତିଶ ଗଙ୍ଗଦେବ, ଲକ୍ଷ୍ଣଣ ମୁଣ୍ଡା, ଜର୍ଜ ତିର୍କୀ, ରାସେଶ୍ୱରୀ ପାଣିଗ୍ରାହୀ, ପଦ୍ମନାଭ ବେହେରା ସଭ୍ୟ ରହିବେ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ମଧ୍ୟ ଏହି ସଭ୍ୟମାନେ ଅଛନ୍ତି।

ସମ୍ବନ୍ଧିତ ଖବର