ଭୁବନେଶ୍ବର : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଏକା ନୁହନ୍ତି। ଦୁଇ ଜଣ କଂଗ୍ରେସ ବିଧାୟକ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ତାଙ୍କର ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ପୁଣି ଆଲୋଡ଼ନ ସୃଷ୍ଟି କରିଛି। ଦ୍ବିତୀୟ ବିଧାୟକ ଜଣଙ୍କ କିଏ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ମୋହନଙ୍କ ମନ୍ତବ୍ୟ ପରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପାଲଟା ଆକ୍ରମଣ କରିଛନ୍ତି। ବିଜେପିର ଦୁଇ ଜଣ ବିଧାୟକ ବିରୋଧୀ ଦଳ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ଭୋଟ୍ ଦେଇଛନ୍ତି ବୋଲି ତାରା କହିଛନ୍ତି। ତେବେ ଆସନ୍ତାକାଲି ଭୋଟ୍ ଗଣତି ହେଲା ପରେ ଓଡ଼ିଶାରୁ କେତେ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି, ତାହା ସ୍ପଷ୍ଟ ହେବ।
ଦୁଇ କଂଗ୍ରେସ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି: ମୋହନ
/sambad/media/post_attachments/wp-content/uploads/2020/09/mohan-majhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)