ଅସ୍ତରଙ୍ଗ ଆଇଆଇସିଙ୍କୁ ଆକ୍ରମଣ ଘଟଣା : ହାବିଲଦାର, ୨ କନେଷ୍ଟବଳ ସସ୍‌ପେଣ୍ଡ

ପୁରୀ : ଗତ ୨୨ ତାରିଖ ରାତିରେ ଅସ୍ତରଙ୍ଗ ଥାନା ଆଇଆଇସି ପ୍ରଣୀତା ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାରେ ତିନି ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହି ଘଟଣାରେ ପୁରୀ ଏନର୍ଜି ଥାନାର ହାବିଲଦାର ଚିତ୍ତରଞ୍ଜନ ବାରିକ ଓ ତାଳବଣିଆ ଥାନାର କନେଷ୍ଟବଳ ଚିତ୍ରସେନ୍‌ ପ୍ରଧାନ ସିଧାସଳଖ ସମ୍ପୃକ୍ତ ଥିବାରୁ ଏହି ଦୁଇ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେହିପରି ସେଦିନ ଅସ୍ତରଙ୍ଗ ଥାନାରେ ସେଣ୍ଟ୍ରି ଡିଉଟିରେ ଥିବା କନେଷ୍ଟବଳ କୃଷ୍ଣଚନ୍ଦ୍ର ସେଠୀ ଥାନା ଛାଡ଼ି ଏହି ଦୁଇ ଜଣଙ୍କ ସହିତ ଜ୍ଞାନଦେବୀ କଲ୍ୟାଣୀ ମଣ୍ଡପ ପରିସରରେ ବସି ମଦ ପିଉଥିବା ଅଭିଯୋଗରେ ତାଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି।

ସମ୍ବନ୍ଧିତ ଖବର