କେସିଙ୍ଗା : କଳହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କଶରୁପଡ଼ା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ୨ଟି କଣ୍ଟେନର ମୁହାଁମୁହିଁ ହେବା ଫଳରେ ଜଣେ କଣ୍ଟେନର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସନ୍ଥଲାଲ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଏହି ଡ୍ରାଇଭର ଜଣକ ଚାପି ହୋଇ ରହିଥିଲେ। ରବିବାର ସକାଳୁ ଜେସିବି ଲଗାଇ ଅନେକ ପ୍ରୟାସ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଭୟ କଣ୍ଟେନର ଅନ୍ୟ ରାଜ୍ୟରୁ ମାଲ୍ ବୋଝେଇ କରି ଆସୁଥିଲେ। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମୃତକଙ୍କ ପରିବାରକୁ ଅପେକ୍ଷା କରିଛି। ମୃତକ ଜଣକ ଛତିଶଗଡ଼ ଅଞ୍ଚଳର ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp