କରୋନା ଯୁଦ୍ଧର ଦୁଇ ସେନାପତି ଝାରସୁଗୁଡ଼ାର ପୌର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ଏବଂ କୋଲାବିରା ତହସିଲଦାର ଗୋଲକବିହାରୀ

ଝାରସୁଗୁଡ଼ା : କରୋନା ଭୂତାଣୁ ସାରା ବିଶ୍ୱକୁ ଉଜାଡ଼ି ଦେଇଛି। ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ସମସ୍ତେ ଅବଗତ ଥିଲେ ମାତ୍ର କରୋନା ଭୂତାଣୁ ଏଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହା ସାରା ବିଶ୍ୱରେ ଆତଙ୍କ ଖେଳାଉଥିବା ବେଳେ ଏହାର ପରିସମାପ୍ତି କଣ କେହି ଜାଣିନାହାନ୍ତି। ତଥାପି ମାନବ ସମାଜ ଏହି ଭୂତାଣୁ ସହ ଯୁଦ୍ଧ କରି ଚାଲିଛି। ବିଜୟ ପାଇଁ ଅହରହ ଚାଲିଛି ସଂଗ୍ରାମ। ତେବେ ଏହି ଯୁଦ୍ଧ ଏକ ନିଆରା ଯୁଦ୍ଧ ଅଟେ। ଯେଉଁଥିରେ ଶତୃ ଆଖିକୁ ଦେଖା ଯାଉନାହିଁ। କେବଳ ସତର୍କତା ଆଉ ସଚେତନତା ହିଁ ଏହି ଭୂତାଣୁ ଜନିତ ରୋଗରୁ ମାନବ ସମାଜକୁ ରକ୍ଷା କରି ପାରିବ। ଏଥିପାଇଁ ସାରା ଦେଶରେ ତିନୋଟି ପର୍ଯ୍ୟୟାୟରେ ଲକ୍ଡାଉନ୍ ଘୋଷଣା ହୋଇ ଆଜିକୁ ୫୦ ଦିନରୁ ଅଧିକ ଦିନ ହେଲା ସବୁ ବନ୍ଦ ରହିଛି। ସାରା ପ୍ରଶାସନ, ପୁଲିସ ଦିନରାତି ଏକ କରି ଲୋକଙ୍କୁ ଏହି ଭୂତାଣୁରୁ ରକ୍ଷା କରିବା ପାଇଁ ଆଗେଇ ଆସିଛି। ତେବେ ଏଭଳି ପରିସ୍ଥିତିରେ ଲୋକଙ୍କୁ ଘରେ ରଖି ଯେଉଁ ସରକାରୀ ଅଧିକାରୀ ମାନେ ରାସ୍ତା ଉପରେ ଯୋଦ୍ଧା ସାଜି ନିଜର ଜୀବନ ଜିଉଁଛନ୍ତି ସେମାନଙ୍କ ମଧ୍ୟରେ ଦୁଇ ସେନାପତି ହେଉଛନ୍ତି ଝାରସୁଗୁଡ଼ାର ପୌର ନିର୍ବାହୀ ଅଧିକାରରୀ ରାମଚନ୍ଦ୍ର ପ୍ରଧାନ ଏବଂ କୋଲାବିରା ତହସିଲଦାର ଗୋଲକବିହାରୀ ମଙ୍ଗରାଜ। ଉଭୟ ଅଧିକାରୀ ତାଙ୍କ କର୍ତ୍ତବ୍ୟରେ ବେଶ ପାରଙ୍ଗମ।

ଶ୍ରୀ ପ୍ରଧାନ ଦୀର୍ଘ ବର୍ଷହେଲା ପୌରପରିଷଦ ନିର୍ବାହୀ ଅଧିକାରୀ ଦାୟିତ୍ବ ନିର୍ବାହ କରି ସମସ୍ତଙ୍କ ସହିତ ବେଶ ପରିଚିତ ଥିବା ବେଳେ ଶ୍ରୀ ମଙ୍ଗରାଜ ରାଜସ୍ବ ବିଭାଗର ଜଣେ ଦକ୍ଷ ଅଧିକାରୀ ଭାବରେ ସମସ୍ତଙ୍କ ସହିତ ପରିଚିତ। ଝାରସୁଗୁଡ଼ା ତହସିଲ ଅଫିସରେ ଦୀର୍ଘ ବର୍ଷ କାମ କରୁଥିବା ଏହି ଅଧିକାରୀ ଯେକୌଣସି ସମସ୍ୟାକୁ ସମାଧାନ କରିବାରେ ବେଶ ପାରଙ୍ଗମ। ଜିଲ୍ଲାରେ ଯେଉଁଠାରେ କୌଣସି ଆଇନ ପରିସ୍ଥିତି ସୃଷ୍ଟି ହୁଏ ସେଠାରେ ତାଙ୍କୁ ଖୋଜାପଡ଼େ। ଲକ୍‌ଡାଉନ୍ ସମୟରେ ଅମାନିଆ ମାନଙ୍କୁ ସାବାଡ଼ କରିଥିବାରେ ଏହି ଉଭୟ ଅଧିକାରୀ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ସେତିକି ନୁହେଁ ପୁଲିସ କର୍ମଚାରୀ ମାନଙ୍କ ଉତ୍ସାହ ବଢ଼ାଇବାରେ ଏହି ଅଧିକାରୀ ଦ୍ୱୟଙ୍କ ଉଦ୍ୟମ କିଛି କମ୍ ନଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଭଳି ଗୁରୁ ଦାୟିତ୍ବକୁ ସୁଚାରୁ ଭାବରେ ତୁଲାଇ ଆସୁଥିବା ଏହି ଅଧିକାରୀ ମାନେ ଦିନରାତି ଗୋଟିଏ କରି ରାସ୍ତାରେ ଘୁରିବୁଲୁଥିବା ସମସ୍ତେ ଦେଖିଥିବେ। ଲକ୍‌ଡାଉନ୍ ବେଳେ ଛୋଟବଡ଼ ଯେ କୌଣସି ସମସ୍ୟା ଉପୁଜୁଥିଲା ତୁରନ୍ତ ଏହି ଅଧିକାରୀ ମାନେ ସେଠାରେ ପହଞ୍ଚି ତାର ତୁରନ୍ତ ସମାଧାନ କରୁଥିଲେ। ସ୍ତ୍ରୀ, ପିଲା ଓ ପରିବାର ଠାରୁ କର୍ତ୍ତବ୍ୟକୁ ଅଧିକ ଗୁରୁତ୍ବ ଦେଇଥିବା ଏହି ଅଧିକାରୀ ମାନେ ଦୀର୍ଘ ୫୦ ଦିନ ହେଲା ନା ଭଲକରି ଖାଇପାରିଛନ୍ତି ନା ଶୋଇ ପାରିଛନ୍ତି ବୋଲି କୁହନ୍ତି।

ସମ୍ବନ୍ଧିତ ଖବର