ସୁବର୍ଣ୍ଣପୁର: କରୋନା ଯୋଦ୍ଧାଙ୍କ ସମେତ ଦୁଇ ଜଣ କରୋନା ଆକ୍ରାନ୍ତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନାର ଜୈନୈକ କରୋନା ଯୋଦ୍ଧା (ନର୍ସ)ଙ୍କ ସମେତ ଦୁଇ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ଜଣକ ହେଲେ ହିଲୁଙ୍ଗ ପଞ୍ଚାୟତ ହିଲୁଙ୍ଗ ଗ୍ରାମର ଜଣେ ବରିଷ୍ଟ ନାଗରିକ। ଡାକ୍ତରଖାନାର ଜଣେ କରୋନା ଯୋଦ୍ଧା ସଂକ୍ରମଣର ଶିକାର ହେବା ଫଳରେ ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି । କାରଣ ଉପଖଣ୍ଡର ଅଧିକାଂଶ ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ଆଜି ସକାଳେ ଦୈନିକ କରୋନା ଯୋଦ୍ଧା ଡାକ୍ତରଖାନାକୁ ଆସି ତାଙ୍କ ଦେହରେ କରୋନା ଲକ୍ଷଣ ଦେଖା ଯାଉଛି ବୋଲି କହିବାରୁ ଜଣେ ଡାକ୍ତର ତାଙ୍କୁ ତୁରନ୍ତ କରୋନା ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ତୁରନ୍ତ ତାଙ୍କର ପରୀକ୍ଷା କରିବାରୁ କରୋନା ପଜିଟିପ୍ ବାହାରି ଥିଲା । ଏହାପରେ କରୋନା ଯୋଦ୍ଧାଙ୍କୁ ହିକୁଡି ଠାରେ ଥିବା କୋବିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହେବା ବୀରମହାରାଜପୁରରେ ପ୍ରଥମ ଘଟଣା । ଉକ୍ତ କୋରୋନା ଯୋଦ୍ଧାଙ୍କ ଘର ଉଫୁଲା ପଞ୍ଚାୟତ କମଳପୁର ଗ୍ରାମର ବୋଲି ଜଣାପଡ଼ିଛି । ପୂର୍ବରୁ କମଳପୁର ଗ୍ରାମରୁ ଗୋଟିଏ ପରିବାରର ସ୍ବାମୀ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏଣୁ ଏହି ଗ୍ରାମର ଲୋକମାନେ ସତର୍କତା ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି । ଆଜି ବୀରମହାରାଜପୁର ଡାକ୍ତରଖାନାର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ସମସ୍ତ କର୍ମଚାରୀଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ପ୍ରକାଶ କରିଛନ୍ତି । ଏଣୁ କେହି ଭୟଭୀତ ହେଲାନାହିଁ ବୋଲି ସେ କହିଛନ୍ତି । ଆଜି ସଂପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଛି ।

ସମ୍ବନ୍ଧିତ ଖବର