ବୁର୍ଲା : ଶୁକ୍ରବାର ଦିନ ବୁର୍ଲା ଭିମସାର୍ ପ୍ରଥମ କୋଭିଡ୍ ହସ୍ପିଟାଲରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ଦୁଇ ନୂତନ ବହିର୍ବିଭାଗ ରୋଗୀ ଭର୍ତ୍ତି ହୋଇଥିବା ଡାକ୍ତର ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଆଜି ୫ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ଆଜିର ରୋଗୀଙ୍କୁ ମିଶାଇ ପ୍ରଥମ କୋଭିଡ୍ ହସ୍ପିଟାଲରେ ରୋଗୀ ସଂଖ୍ୟା ୨୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫ ଗୁରୁତର ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର ଶ୍ରୀ ନାଏକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/vimsar-bk.jpg)