ଭିମ୍‌ସାର କୋଭିଡ୍ ହସ୍‌ପିଟାଲ୍‌ରେ ୨ ରୋଗୀ ମୃତ

ବୁର୍ଲା : ବୁର୍ଲା ଭିମସାର୍ ପ୍ରଥମ କୋଭିଡ୍ ହସ୍ପିଟାଲ୍‌ରେ ମଙ୍ଗଳବାର ଦିନ ପ୍ରଥମ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ଗୁରୁବାର ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଗତ ମଙ୍ଗଳବାର ଦିନ ଡାକ୍ତରଖାନାର କେନ୍ଦ୍ରୀୟ ଆଇସିୟୁରୁ ଭିମସାର୍ ପ୍ରଥମ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରା ଯାଇଥିବା ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଅଞ୍ଚଳର ୨୦ ବର୍ଷୀୟା ଯୁବତୀ ଗୁରୁବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ସେହିପରି ସମ୍ବଲପୁର ସହର କ୍ଷେତରାଜପୁର ଅଞ୍ଚଳର ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେ ଉଚ୍ଚ ରକ୍ତଚାପ, ମଧୁମେହ ତଥା କିଡ୍‌ନି ଆଦି ରୋଗରେ ଆକ୍ରାନ୍ତ ଥିଲେ। ଏହାକୁ ମିଶାଇ ପ୍ରଥମ କୋଭିଡ ହସ୍‌ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

ଅନ୍ୟ ପକ୍ଷରେ ଗୁରୁବାର ପ୍ରଥମ କୋଭିଡ୍ ହସ୍‌ପିଟାଲ୍‌ରେ ୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେଥି ମଧ୍ୟରୁ ଦୁଇ ଜଣ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ତିନି ଜଣ ସାଧାରଣ ଶଯ୍ୟାରେ ଅଛନ୍ତି। ଆଉଟ୍ ଡୋର ରୋଗୀଙ୍କ ଆର୍‌ଟିପିସିଆର୍ ପରୀକ୍ଷାରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧିତ ଖବର