ଖୁସି ଖବର: ରାଜ୍ୟରେ ଆଉ ୨ ଜଣ କରେନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: କରୋନା ଭାଇରସ ନେଇ ଏକ ଖୁସି ଖବର ଆସିଛି । ଆଜି ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ଦୁଇ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସ୍ୱାବ ନମୁନା ବାରମ୍ବାର ନେଗେଟିଭ ଆସିବା ପରେ ସେମାନେ ସୁସ୍ଥ ହୋଇଥିବା ନେଇ ଘୋଷଣା କରାଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ଅରୋଗ୍ୟ ଲାଭ କରି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କ ଘର ରାଉରକେଲା । ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ପୂର୍ବରୁ ୫ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ଅନ୍ୟ ୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ୧୦୦ ଜଣ ସକ୍ରିୟଙ୍କ ଚିକିତ୍ସା କରାଯାଉଛି ।

ସମ୍ବନ୍ଧିତ ଖବର