ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆର୍ରୋଡ୍ ସହର ଦେଶୀ ମଦଭାଟି ସମ୍ମୁଖରେ ଛୁରି ଦେଇ ମୋବାଇଲ ଓ ନଗଦ ଟଙ୍କା ଲୁଟ୍ ହୋଇଥିଲା। ଏହି ଘଟଣାରେ ଜୋଙ୍କ ପୁଲିସ ଖରିଆର୍ରୋଡ୍ ସହର ପିଏଚ୍ଡିପଡ଼ାର ସୁରଜ ଯାଦବ ଓ ବଜାରପଡାର ଅନୁରାଗ କୁମାରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଲୁଟ୍ ମୋବାଇଲ ଓ ନଗଦ ଟଙ୍କା ଜବତ କରିଛି।
ବୁଧବାର ସନ୍ଧ୍ୟାରେ ନୂଆପଡ଼ା ସହର ୱାର୍ଡ ନଂ ୯ର ଇମ୍ରାନ ଖାନ ଏକ ବାଇକରେ ଖରିଆର୍ ରୋଡ୍ରୁ ଆମସେନା ଯାଉଥିଲେ। ଦେଶୀମଦ ଭାଟି ନିକଟରେ ୨ ଜଣ ଅଜଣା ବ୍ୟକ୍ତି ଇମ୍ରାନଙ୍କୁ ଅଟକାଇ ଛୁରି ଦେଖାଇ ଏକ ମୋବାଇଲ ଫୋନ ଓ ନଗଦ ୪୬୪୦ ଟଙ୍କା ଲୁଟି ନେଇଥିଲେ। ଏନେଇ ଇମ୍ରାନ ଜୋଙ୍କ ଥାନାରେ ଏତଲା ଦେଇଥିଲେ। ଏସ୍ଆଇ ଅରବିନ୍ଦ ମେହେରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ପୁଲିସ୍ ଟିମ ତଦନ୍ତ ଆରମ୍ଭ କରି ରାତିରେ ପିଏଚ୍ଡିପଡାର ସୁରଜ ଓ ବଜାରପଡାର ଅନୁରାଗଙ୍କୁ ପୁଲିସ ଗିରଫ କରିଥିଲା। ଗୁରୁବାର ସନ୍ଧ୍ୟାରେ ଦୁଇ ଲୁଟେରାଙ୍କୁ କୋର୍ଟ ଚାଲା​ଣ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଜୋଙ୍କ ଆଇଆଇସି ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/c701ef38-f22b-4d4b-8748-1d4a6c320521.jpeg)