ପୁରୀ : ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ପୁରୀ ଜିଲ୍ଲା ବଳଙ୍ଗା-ମଙ୍ଗଳପୁର ରାସ୍ତାରେ ପୁଲିସ ଏନ୍କାଉଣ୍ଟରରେ ଦୁଇ ଜଣ ଅପରାଧୀ ସୁବାସ ପ୍ରଧାନ ଓ ଅମର ଓମ୍କାର ସୋଲାଙ୍କି ଆହତ ହୋଇଛନ୍ତି। ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ପୁରୀ ସଦର ଡାକ୍ତରଖାନାକୁ ଅଣାଯାଇଛି।
ସଦର ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଦୁଇ ଅପରାଧୀ ପୁରୀ ଆଡ଼କୁ ଏକ ଆପାଚି ବାଇକ୍ରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ତେବେ ସେମାନେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି କରି ଖସି ଯିବାକୁ ବସିଥିଲେ। ମାତ୍ର ପୁଲିସ ପାଲଟା ଗୁଳିଚାଳନା କରିବାରୁ ସେମାନେ ଆହତ ହୋଇଥିଲେ। ପୁଲିସ ସେମାନଙ୍କୁ କାବୁ କରି ସେମାନଙ୍କ ନିକଟରୁ ଏକ ପିସ୍ତଲ ଓ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/encou.jpg)