ଚାଉଳିଆଗଞ୍ଜ ପୁଲିସକୁ ବଡ଼ ସଫଳତା: ଦୁଇ କୁଖ୍ୟାତ ଅପରାଧୀ ଗିରଫ

କଟକ: ଚାଉଳିଆଗଞ୍ଜ ପୁଲିସକୁ ବଡ଼ ସଫଳତା। ଗିରଫ ହେଲେ କୁଖ୍ୟାତ ଅପରାଧୀ ଦିପୁ ଓ ପପୁ। ଦିପୁ ଓରଫ ଅଜିତ୍ ରାୟର ଘର ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ହୋଇଥିବା ବେଳେ ପପୁ ଓରଫ ଅଜୟ ମହାରଣା ଗଞ୍ଜାମର। ବନ୍ଧୁକ ବ୍ୟବସାୟ ମାମଲାରେ ଆଜି ଉଭୟଙ୍କୁ ବିଦ୍ୟାଧରପୁର ଗିରଫ କଲା ପୁଲିସ। ଏହାସହ ୬ଟି ବନ୍ଧୁକ , ଅନେକ ଅଫୁଟା ଗୁଳି, ମୋବାଇଲ ଓ ଦାମୀ କାର ମଧ୍ୟ ଜବତ କରିଛି ପୁଲିସ।

ବିଗତ୧୦ବର୍ଷ ଧରି ଏହି ୨ ଦୁର୍ଦ୍ଦାନ୍ତ ଅପରାଧୀ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି। ପପୁ ନାଁରେ ୧୧ଟି ମାମଲା ଯାଜପୁର, କଟକ, ଖୋର୍ଦ୍ଧାରେ ରହିଥିବା ବେଳେ ଦିପୁ ନାଁରେ ମଧ୍ୟ ୧୦ଟି ମାମଲା ରହିଛି କଟକ, କଟକ ରୁରାଲ, ଯାଜପୁର ଆଦି ବିଭିନ୍ନ ଜିଲ୍ଲାରେ ରହିଛି।

ତେବେ ଏହି ଦୁଇ ଅପରାଧୀଙ୍କୁ ଧରିବା କମିସନରେଟ ପୁଲିସ ପାଇଁ ଏକ ବଡ଼ ସଫଳତା। ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ଜୋରଦାର କରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରହିବ। ଏହାସହ ବିଗତ ୧୨ ଦିନ ଭିତରେ ଚାଉଳିଆଗଞ୍ଜ ପୁଲିସ ୧୩ଟି ବନ୍ଧୁକ ଜବତ କରିଛି।

ସମ୍ବନ୍ଧିତ ଖବର