ବ୍ରହ୍ମପୁରରେ ଏନ୍‌କାଉଣ୍ଟର, ୨ ଅପରାଧି ଗୁରୁତର

ବ୍ରହ୍ମପୁର : ପୁଣି ବ୍ରହ୍ମପୁରରେ ଏନ୍‌କାଉଣ୍ଟର। ଆଜି ଗୋଳନ୍ଥରାରେ ପୁଲିସ ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଗଣେଶ ନାୟକ ଓ ହୃଷି ପାତ୍ର । ଏମାନଙ୍କ ନିକଟରୁ ପୁଲିସ ୨ଟି ପିସ୍ତଲ ସହ ଗୁଳି ଜବତ କରିଛି। ଘଟଣାସ୍ଥଳରୁ ଅନ୍ୟ ୩ ଅପରାଧି ଖସି ପଳାଇଥିବା ସୂଚନା ମିଳିଛି। ଏ ନେଇ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି। ଆହତ ଦୁଇ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର