ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ସାରଣ୍ଡା ଜଙ୍ଗଲରେ ଆଜି ସୁରକ୍ଷାବଳଙ୍କ ସର୍ଚ୍ଚ ଅଭିଯାନ ସମୟରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଜଣ ଯବାନ ଆହତ ହୋଇଛନ୍ତି। ଏହି ଘଟଣା ଛୋଟାନାଗରା ଥାନା ଅଞ୍ଚଳର ଚଡ଼ିଡେରା ଗାଁ ନିକଟରେ ଘଟିଥିବା ଜଣାଯାଇଛି। ସୂଚନା ଅନୁସାରେ, ସିଆରପିଏଫ୍ର କୋବ୍ରା ବଟାଲିଅନ-୨୦୯ ଓ ଜିଲ୍ଲା ପୋଲିସ ମିଶି ଭାକପା-ମାଓବାଦୀ ବିରୋଧରେ ଅଭିଯାନ ଚାଲାଉଥିବା ସମୟରେ ନକ୍ସଲଙ୍କ ଦ୍ୱାରା ପୋତାଯାଇଥିବା ଲ୍ୟାଣ୍ଡମାଇନରେ ବିସ୍ଫୋରଣ ଘଟିଥିଲା।
ଏହି ବିସ୍ଫୋରଣରେ ହବିଲଦାର ଦିନେଶ ରାଉତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବାମଗୋଡ଼ରେ ଗଭୀର ଆଘାତ ଲାଗିଛି। ଅନ୍ୟଜଣେ ଯବାନ ବଳଜିନ୍ଦର୍ ସିଂ ସାମାନ୍ୟ ଆହତ ହୋଇଛନ୍ତି। ଉଭୟ ଯବାନଙ୍କୁ ଏୟାରଲିଫ୍ଟ କରି ରାଞ୍ଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଅଛି। ଚାଇବାସା ଏସ୍ପି ଅମିତ ରେଣୁ ଘଟଣା ସଂପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୁରକ୍ଷାବଳଙ୍କ ଅଭିଯାନ ଚାଲୁଥିବା ସମୟରେ ଏହି ବିସ୍ଫୋରଣ ଘଟିଛି।
ଆହୁରି ପଢ଼ନ୍ତୁ: Viral Videos: ଉଦ୍ଧତ ଯୁବକର ଉନ୍ମତକାଣ୍ଡ: ସିଗାରେଟ୍ ଟାଣିବାକୁ ମନା କରିବାରୁ ପେଟ୍ରୋଲ ପମ୍ପରେ ନିଆଁ ଲଗାଇଦେଲେ
ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅଭିଯାନକୁ ଆହୁରି ତୀବ୍ର କରାଯାଇଛି। ନିକଟରେ ସୁରକ୍ଷାବଳ ନକ୍ସଲବିରୋଧୀ ଅଭିଯାନରେ ଅନେକ ସଫଳତା ପାଇଥିବାବେଳେ ଏହାର ପ୍ରତିଶୋଧ ନେବାକୁ ନକ୍ସଲମାନେ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ପୋତି ଯବାନଙ୍କୁ ଟାର୍ଗେଟ କରୁଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଜଙ୍ଗଲ ଭିତରକୁ ପ୍ରବେଶ ନ କରିବାକୁ ଅନୁରୋଧ କରାଯାଇଛି। କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା କାର୍ଯ୍ୟକଳାପ ଦେଖିଲେ ପୁଲିସକୁ ସୂଚନା ଦେବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/21/whatsapp-image-2026-02-21-22-21-18.jpeg)